୨୦ କେଜି ଗଞ୍ଜେଇ ସହ ମହିନ୍ଦ୍ରା ଭେରିଟୋ କାର ଜବତ

ଗଞ୍ଜେଇ ଚୋରା ଚାଲାଣ ବେଳେ କାର ସହ ୨୦ କେଜି ଗଞ୍ଜେଇ ଜବତ କଲା କାମାକ୍ଷାନଗର ଅବକାରୀ ବିଭାଗ l ଏହା ସହ ଏଥିରେ ସଂପୃକ୍ତ କାର ଚାଳକ ଗିରଫ l ଗିରଫ ଜଣକ ହେଲେ ବୌଦ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳ ରତ୍ନାକର କଅଁର l ସୂଚନା ଅନୁସାରେ ଆଜି ସକାଳୁ ରତ୍ନାକର ବୌଦ ଅଞ୍ଚଳ ରୁ ଏକ ମହିନ୍ଦ୍ରା ଭେରିଟୋ କାର ଯୋଗେ ୨୦ କେଜି ଗଞ୍ଜେଇ ଚୋରା ରେ ବିକ୍ରି ପାଇଁ ଭୁବନ ଅଞ୍ଚଳ କୁ ନେଉଥିଲେ l କୌଣସି ସୂତ୍ରରୁ ଖବର ପାଇ କାମାକ୍ଷାନଗର ଅବକାରୀ ବିଭାଗ ଭୁବନ ଥାନା BH 53 ଯମୁନାକୋଟ ଛକ ନିକଟ ରୁ ଗାଡି ସହ ଚୋରା ଗଞ୍ଜେଇ କୁ ଜବତ କରିଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କାରାଯିବାର ସୁଚନା ଦେଲେ ଉପ ଆରକ୍ଷୀ ଅଧିକ୍ଷକ।

Leave a Reply

Your email address will not be published. Required fields are marked *