ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ଦିବସଟି ଶାନ୍ତି ସାହାର୍ଦ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ମହାସମାରୋହରେ ସଦରମହକୁମା ବିଜେବି ଉଚ୍ଚ ବିଦ୍ୟାଳୟର ପଡିଆରେ ପାଳନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଉତ୍ସବ ପାଳନର ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୫ ତାରିଖ ଦିନ ପ୍ରାତଃ ୪.୩୦ ମି . ସମୟରେ ସହରରେ ରେକର୍ଡ ଯୋଗେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ପରିବେଷଣ କରାଯିବ । ସେହିପରି ସକାଳ ୭ ଘଟିକା ସୁଦ୍ଧା ସହର ସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । , ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ପୂର୍ବାହ୍ନ ଘ ୭.୩୦ ମି. ସମୟରେ ସମ୍ମାନର ସହିତ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ପୂର୍ବାହ୍ନ ଘ ୯.୧୫ ମି. ସମୟରେ ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ, ସମ୍ବଳିତ ପ୍ୟାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଜ୍ଞାପନ ମେଢର ପ୍ରଦର୍ଶନ ,ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନିତ, ମିଳିତ ପ୍ୟାରେଡରେ କୃତିତ୍ଵ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯିବ। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ,ଉପଜିଲ୍ଲାପାଳ,ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠୀ ,ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, କସ୍ତୂରିବାଳା ଜେନା,ମାନ୍ୟବର ବିଧାୟକ, ଖୋର୍ଦ୍ଧାଙ୍କ ତରଫରୁ ପ୍ରତିନିଧିତ୍ଵ କରିଥିବା ନଗେନ ଚନ୍ଦ୍ର ସାହୁ , ସି ଡି ଏମ ଓ , ରାଜଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ ,ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ,ସ୍ତମ୍ବକାର ଉମାଶଙ୍କର ପ୍ରସାଦ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଜିଲ୍ଲା ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ବୈଠକ ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା ।
