ଶିଳ୍ପମନ୍ତ୍ରୀଙ୍କ ବରୁଣେଇ ଶିଳ୍ପାଞ୍ଚଳ ଗସ୍ତ

ଶୁକ୍ରବାର ଅପରାହ୍ଣରେ ୪ଟାରେ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ବରୁଣେଇ ସ୍ଥିତ ଶିଳ୍ପାଞ୍ଚଳ ଗସ୍ତକରି ବିଭିନ୍ନ ଶିଳ୍ପକେନ୍ଦ୍ର ପରିଦର୍ଶନ କରିବା ସଙ୍ଗେସଙ୍ଗେ ସେସବୁର ସମୀକ୍ଷା କରିଛନ୍ତି । ଇଡ଼କୋ ଡିଭିଜନାଲ କାର୍ଯ୍ୟାଳୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସହ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଚାରା ରୋପଣ କରିଛନ୍ତି ।ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଖୋରଧାର ବରୁଣେଇ ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ ସେଠାରେ ପ୍ରସିଦ୍ଧ ବରୁଣେଇସ୍ଥିତ ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ସଂପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପରେ ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲାର ବିଭିନ୍ନ ଶିଳ୍ପ ପ୍ରକଳ୍ପ ଓ ଶିଳ୍ପ ପ୍ରତିଷ୍ଠା ଉପରେ ସମୀକ୍ଷା କରିବା ସହ ବିଭିନ୍ନ ଉଦ୍ୟୋଗ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାର ମୁଣ୍ଡାମ୍ବା, କାଳୀବାଟୀ ଏବଂ ଭୂଇଁପୁରରେ ବିଭିନ୍ନ ଉଦ୍ୟୋଗରେ ପ୍ରାୟ ୬ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାର ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ପ୍ରାୟ ୧୩ ହଜାର ଯୁବକଯୁବତୀ ନିଯୁକ୍ତି ପାଇପାରିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସେହିଭଳି ଖୋରଧା ତହସିଲ ଅନ୍ତର୍ଗତ ଏକ ହଜାର ଏକର, ବୋଲଗଡ଼ର ୬୦୦ ଏକର ଏବଂ ବେଗୁନିଆର ୭୦୦ ଏକର ଜମିରେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ହେବା ରାଜ୍ୟର ଯୁବକଯୁବତୀ ମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ । ଉକ୍ତ ବୈଠକରେ ଯୋଗଦେଇ ଖୋରଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ କହିଲେ ଯେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ହେଲେ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ବରୁଣେଇ ଓ ଖୋରଧା ସହରର ବିକାଶ କ୍ଷେତ୍ରରେ ଏହି ଉଦ୍ୟୋଗଗୁଡ଼ିକ ସହଯୋଗ କରିବେ । ଖୋରଧା ଭଳି ବୀର ମାଟିରେ ସ୍ମୃତି ରକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍ଥା ସହଯୋଗ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ସଂପୃକ୍ତ ଅଞ୍ଚଳକୁ ଯୋଗାଯୋଗ, ପାର୍କିଂ, ଆଲୋକୀକରଣ, ସାଧାରଣ ସୁବିଧା ଉପଲବ୍ଧ କରିବା ନିମନ୍ତେ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ଜଗଦେବ ପ୍ରତିଶ୍ରୁତି ଦେଇଥିଲେ ।ସେହିଭଳି ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ, ଜୟଦେବ ବିଧାୟକ ଶ୍ରୀ ନବକିଶୋର ମଲ୍ଲିକ ଯୋଗଦେଇ ସେମାନଙ୍କ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିବା ସହ ଏଥି ନିମନ୍ତେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ଓ ସମୀକ୍ଷା ବୈଠକ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା,ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ/ ଶ୍ରୀ ଭୂପିନ୍ଦର ସିଂ ପୁନିଆ,ଭାପ୍ରସେ। ଏମଡି ଇଡକୋ / ସୁଶ୍ରୀସ୍ମିତା ପ୍ରଧାନ, ଆସିଷ୍ଟାଣ୍ଟ ମାନେଜର, ଇଡକୋ /ହେମାବତୀ ପାତ୍ର, ଡିଭିଜନ ହେଡ଼, ଇଡକୋ/ ପ୍ରଜ୍ଞାଦାରା ମିଶ୍ର, ସି ଜି ଏମ,ଭୂମି/ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ/ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା/ଖୋରଧାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ଶ୍ରୀ ସାଫଲ୍ୟମଣ୍ଡିତ ପ୍ରଧାନ/ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି/ଖୋରଧା ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ/ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀତିଶ ତ୍ରିପାଠୀ/ ମାନସ ରଞ୍ଜନ ସ୍ଵାଇଁ , ତହସିଲଦାର ଖୋର୍ଦ୍ଧା/ଶ୍ରୀ ଓମ ପ୍ରକାଶ ଶତପଥି,ଟି . ଏଲ. ଆଇ. ପି . ଇ ଇଡ୍‌କୋ, ଶିଳ୍ପ ବିଭାଗ / ଶ୍ରୀ ଜିତେନ୍ଦ୍ରିୟ ଜେନା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୂବନେଶ୍ଵର/ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *