ନୋ ହେଲମେଟ, ନୋ ପେଟ୍ରୋଲ

ନୋ ହେଲମେଟ, ନୋ ପେଟ୍ରୋଲ ବିନା ହେଲମେଟ ରେ ବେଫରୁଆ ଗାଡି ଚାଳକଙ୍କ ସଂଖ୍ୟା ବଢୁଛି | ଏହାକୁ ରୋକ ଲଗେଇବା ପାଇଁ ପ୍ରଶାସନ ତରଫରୁ ଅନେକ ପ୍ରୟାସ କରାଯାଉଛି | ତେବେ ଗୋଲାମୁଣ୍ଡା ବ୍ଲକ ର କେ ଗାଁ ଭାରତ ପେଟ୍ରୋଲ ପମ୍ପ ରେ ହେଲମେଟ କୁ ନେଇ ସଚେତନ କରିବାକୁ ପ୍ରୟାସ ରହିଛି | ମୁଖ୍ୟତଃ ଗାଡି ଚାଳକ ମାନେ ପେଟ୍ରୋଲ ପମ୍ପ ଯିବା ନିତାନ୍ତ ଆବଶ୍ୟକ |କେ ଗାଁ ର ଏହି ପେଟ୍ରୋଲ ପମ୍ପ ରେ ସ୍ଥାନୀୟ ସବୁ ଗାଡି ଚାଳକ ପେଟ୍ରୋଲ ପକାଇବାକୁ ଆସନ୍ତି | ତେବେ ବିନା ହେଲମେଟ ରେ ପେଟ୍ରୋଲ ଦିଆଯିବନି ବୋଲି ଏକ ନୀତି ଏଠି ନିର୍ଦ୍ଧିଷ୍ଟ ହୋଇଛି | ଯେଉଁ ଗାଡି ଚାଳକ ହେଲମେଟ ନପିନ୍ଧିଥାନ୍ତି ସେମାନଂକୁ ପେଟ୍ରୋଲ ଦିଆଯିବ ନାହିଁ | ଏତତଃ ଦ୍ୱାରା ସବୁ ଗାଡି ଚାଳକ ହେଲମେଟ ପାଇଁ ସଚେତନ ହୋଇପାରିବେ | ପ୍ରଶାସନ ର ଏହି ନିର୍ଦେଶ କୁ ଅବମାନନା କରୁଛି ଏହି ପେଟ୍ରୋଲ ପମ୍ପ | ହେଲମେଟ ନପିନ୍ଧିଥିବା ଲୋକଙ୍କୁ ମଧ୍ୟ ପେଟ୍ରୋଲ ଦିଆଯାଉଛି ପେଟ୍ରୋଲ ପମ୍ପ ରେ ଏପରି କାର୍ଯ୍ୟ ଦେଖି ଅନେକ ବୁଦ୍ଧିଜୀବୀ ବିରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *