ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ବ୍ରିଜ ଓ କନଷ୍ଟ୍ରକସନ କରୋପରେସନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ ଙ୍କ ଓଡିଶାର ବିଭିନ୍ନ ସ୍ଥାନରେ ଥିବା 12 ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ . ଭଦ୍ରକ ଜିଲ୍ଲାର ନିଜ ପୈତୃକ ବାସ ଭବନ ସମେତ 3 ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି. ଭଦ୍ରକ ସହର ସ୍ଥିତ ଆଚାର୍ଯ୍ୟ ନଗରରେ ଥିବା 3 ମହଲ ବିଶିଷ୍ଟ ଘରେ ଚଢ଼ାଉ କରାଯାଉଛି. ଯାଜପୁର ଭିଜିଲାନ୍ସ ଡିଏସପି ସୁଶ୍ରୀ ଲେଙ୍କା ଙ୍କ ନେତୃତ୍ୱରେ 5 ଜଣିଆ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି. ସେମାନେ ସେଠାରେ ଭଡା ଟିଆଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଜ କରିଛନ୍ତି. ସେହିପରି ରାନ୍ଦୀଆ ଶାସନ ସ୍ଥିତ ତାଙ୍କ ସମ୍ପର୍କୀୟ ଙ୍କ ଘର ଏବଂ ଭଦ୍ରକ ଜିଲ୍ଲାର ଆଗରପଡା ପୈତୃକ ଘରେ ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ କରା ଯାଇଛି | ସେଠାରେ କଟକ ଭିଜିଲାନ୍ସର 7 ଜଣିଆ ଟିମ ଚଢ଼ାଉ କରୁଥିବା ଜଣାଯାଇଛି. ସେମାନେ ସେଠାରେ କାଗଜପତ୍ର ଯାଞ୍ଜ କରୁଛନ୍ତି. ତେବେ କେତେ ଟଙ୍କାର ସମ୍ପତ୍ତି ବାହାରିଛି ତାହା ଭିଜିଲାନ୍ସ ଟିମ କୌଣସି ସୂଚନା ଦେଇନାହିଁ ଏଯାଏଁ |

Leave a Reply

Your email address will not be published. Required fields are marked *