ଦୀର୍ଘ ଛଅ ଦିନପରେ ପୁଣି ସ୍କୁଲକୁ ଫେରିଲେ ଛାତ୍ର

ଦୀର୍ଘ ଛଅ ଦିନପରେ ପୁଣି ସ୍କୁଲକୁ ଫେରିଲେ ଛାତ୍ର।ଛଅ ଦିନ ତଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କବିସୂର୍ଯ୍ୟ ବିଦ୍ୟା ପୀଠ ହଷ୍ଟେଲ ଛାଡିଥିଲେ ୩୯ ଜଣ ଅନ୍ତେବାସୀ ଛାତ୍ର l ସେଥି ମଧ୍ୟରୁ ଆଜି ୨୫ ରୁ ଉର୍ଦ୍ଧ୍ବ ଛାତ୍ର ନିଜ ଅଭିଭାବକ ମାନକୁ ସାଥିରେ ନେଇ ସ୍କୁଲକୁ ଫେରିଛନ୍ତି। ତେବେ ସ୍କୁଲ ଫେରିବା ପରେ ଛାତ୍ର ମାନେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ ରଥଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏକ ଶତାବ୍ଧି ସହରର ସର୍ବ ପୁରାତନ ସଂସ୍କୃତ କବିସୂର୍ଯ୍ୟନଗର ବିଦ୍ୟାପୀଠ ହଷ୍ଟେଲରେ ରହି ନବମ,ଦଶମ ଶ୍ରେଣୀ ର ମୋଟ ୪୪ ଛାତ୍ର ପାଠ ପଢୁଥିଲେ। ଚଳିତବର୍ଷ ୧୧ ଜାନୁଆରୀରେ ବିଦ୍ୟାପୀଠଟି ୦୫ଟି ରେ ରୂପାନ୍ତରିତ ହେବାପରେ ମଧ୍ୟ ଅନ୍ତେବାସୀ ମାନେ ନାରାୟଣପୁର ଶାସନ ନିକଟ ବନ୍ଦଥିବ। ବିଦ୍ୟାଳୟ କୋଠାରେ ଶିକ୍ଷାଦାନ ସହ ସେଠାରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ର ସମସ୍ତ ଶ୍ରେଣୀ ଛାତ୍ର ରାତ୍ରୀ ଜାପାନ ଲାଗି ସୁବିଧା ନହେବା କାରଣରୁ ନବମ,ଦଶମ ଶ୍ରେଣୀ ଛାତ୍ର ମାନେ ରୂପାନ୍ତରିତ ନୂତନ କୋଠାରେ ରାତ୍ରୀ ଜାପାନ କରୁଥିଲେ l

ତେବେ ନୂତନ କୋଠା ଶୌଚାଳୟରେ ଲାଗିଥିବା ଟେପ ଗୁଡିକ ଛାତ୍ର ମାନେ ଭାଙ୍ଗିବାକୁ ନେଇ ସମସ୍ତଙ୍କୁ ତାଗିଦ୍ କରିଥିଲେ ପ୍ରଧାନ ଶିକ୍ଷକ l ପୁଣି ଅବ୍ୟବସ୍ଥାକୁ ନେଇ ଗତ ଜୁଲାଇ ୩୧ ତାରିଖ ସକାଳେ ୩୯ ଜଣ ଛାତ୍ର ରାତି ହଷ୍ଟେଲ ଛାଡି କୁଆଡେ ଚାଲି ଯାଇଥିଲେ l ଏ ନେଇ ପ୍ରଧାନ ଶିକ୍ଷକ ଥାନାରେ ଏତଲା ମଧ୍ୟ ଦେଇଥିଲେ l ହେଲେ ଦିର୍ଘ ଛଅଦିନ ପରେ ନିଜ ନିଜର ଅଭିଭାବକଙ୍କୁ ନେଇ ସ୍କୁଲକୁ ଫେରିଛନ୍ତି ଛାତ୍ର l ସ୍କୁଲକୁ ଫେରିବା ପରେ ଛାତ୍ର ମାନେ ପ୍ରଧାନ ଶିକ୍ଷକ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି l ଛାତ୍ର ମାନଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦେବାସହ ବେଳେ ବେଳେ ହଷ୍ଟେଲରେ ରୋଷେଇ ନକରି ବିଭିନ୍ନ ବାହାଘର ଭୋଜି ମାନଙ୍କରେ ବଳି ଯାଇଥିବା ବାସୀ ଖାଦ୍ୟକୁ ଆଣି ଛାତ୍ର ମାନଙ୍କୁ ଦିଆ ଯାଉଛି l ତାସହ କୋଭିଡ ସମୟରେ ଛାତ୍ର ମାନଙ୍କୁ ଷ୍ଟାଇପେଣ୍ଡ ଟଙ୍କା ମଧ୍ୟ ହଡପ ନେଇ ଅଭିଯୋଗ କରିଛନ୍ତି ଛାତ୍ର ମାନେ l ସେହିପରି ରୋଷେଇ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରିବା ଓ ରୋଷେଇ ପାଇଁ କାଠ ସଂଗ୍ରହ କରିବା ପାଇଁ ମଧ୍ୟ ପିଲା ମାନଙ୍କୁ ହିଁ କାମରେ ଲଗାଉଥିଲେ ପ୍ରଧାନ ଶିକ୍ଷକ l ପିଲାଙ୍କ ନବମ ଶ୍ରେଣୀ ପାଇଁ ସରକାର ଦେଉଥିବା ସାଇକେଲ ନ ଦେବା ଵା ପିଲାଙ୍କ ବ୍ୟାଙ୍କ ଖାତାକୁ ନ ଆସିବା ନେଇ ଅଭିଯୋଗ ଆଣିଥିଲେ l ସେମାନେ ସେମାନଙ୍କ ପିଲା ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସ୍କୁଲକୁ ପଠାଉଛନ୍ତି l ହେଲେ ସ୍କୁଲରେ ପାଠ ପଢେଇବା ପରିବର୍ତ୍ତେ ସ୍କୁଲ ରେ ରୋଷେଇ କରିବା ଓ ରୋଷେଇ ପାଇଁ କାଠ ସଂଗ୍ରହ କରିବାରେ ନିୟୋଜିତ କରୁଛନ୍ତି l ସେହି ପରି ସେମାନଙ୍କୁ ବାସୀ ଓ ନିମ୍ନ ମାନର ଖାଦ୍ୟ ଖାଇବାକୁ ଦେଉଛନ୍ତି l ତେବେ ଛାତ୍ର ଅଭିଭାବାକଙ୍କ ସହ ଆଜି ଛାତ୍ର ମାନେ ସ୍କୁଲକୁ ଫେରିଥିବା ବେଳେ ଅଭିଭାବକ ମାନେ କବିସୂର୍ଯ୍ୟନଗର ଗୋଷ୍ଠୀଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଜିଲ୍ଲାପାଳ ଓ ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅପର ପକ୍ଷରେ ଛାତ୍ର ଓ ଅଭିଭାବକଙ୍କ ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷକ ସୁନୀଲ କୁମାର ରଥ ପ୍ରତିକ୍ରିୟା ରଖିବାକୁ ସିଧସଳଖ ମନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ମଧ୍ୟ ନିଜର ପତିକ୍ରୀୟା ଦେଇ ନାହାନ୍ତି l ଦେଖିବାକୁ ବାକିରହିଲା ପ୍ରଶାସନ କେଉ ପଦକ୍ଷେପ ନେଉଛି l

Leave a Reply

Your email address will not be published. Required fields are marked *