ଗୋପବନ୍ଧୁ ନଗର ପ୍ରେସ କ୍ଳବର ବୈଠକ

ଗୋପବନ୍ଧୁ ନଗର ପ୍ରେସ କ୍ଳବର ଏକ ବୈଠକ ପୁରୁଣା ବାରିପଦାରେ ପ୍ରେସ କ୍ଳବ ସଭାପତି ନିମାଇଁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାଧୀନତା ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଓ ଅକ୍ଟୋବର ୯ରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସଂପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା।ପ୍ରତି ବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ଛାତ୍ର ଛାତ୍ରୀଙ୍କୁ ନେଇ ବ୍ଳକ ସ୍ତରୀୟ ପ୍ରତିଯୋଗିତା ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ କପ୍ତିପଦା ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଯାଦବ ଘୋଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ସଭାପତି ଚିତ୍ତରଞ୍ଜନ ଦଳେଇ, ସଂପାଦକ ଡଃ.କୁମାର ବାବୁଲି, ହିରେନ ରାୟ, ଯୋଗେଶ୍ୱର ସାହୁ, ବିଶ୍ଵଜିତ ଦାସ,ସମ୍ବିତ ରାଉତ, ମାଣିକ ହେମ୍ବ୍ରମ୍, ସୂର୍ଯ୍ୟକାନ୍ତି ପୁହାଣ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *