ଯୁଗ ପ୍ରବର୍ତ୍ତକ ପଣ୍ଡିତ ନୀଳକଣ୍ଠ ଆଧୁନିକ ଓଡ଼ିଶାର ବିଶ୍ଵକର୍ମା
ପୂଜ୍ୟପୂଜା ସମନ୍ଵୟ ସମିତି ଆନୁକୁଲ୍ୟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ, ଆଧୁନିକ ଓଡ଼ିଶାର ନିର୍ମାତା ଓ ଯୁଗପ୍ରବର୍ତ୍ତକ , ମହାନ ସ୍ଵାଧୀନତା ସଂଗ୍ରାମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠାତା ତଥା ପ୍ରଥମ ସଭାପତି ପ୍ରାତଃ ସ୍ମରଣୀୟ ଉତ୍କଳଗୁରୁ ପଞ୍ଚସଖାଖ୍ୟାତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୦ତମ ଜୟନ୍ତୀ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଗତ ତା ୦୫/୦୮/୨୪ ରିଖରେ ସମ୍ପନ୍ନ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯୋଗଦାନ କରି ମୁଖ୍ୟ ଅତିଥି ଡଃ ସୁରେନ୍ଦ୍ର ନାଥ ପତି କହିଲେ ଯେ ପଣ୍ଡିତ ନୀଳକଣ୍ଠ ଦାସ କେନ୍ଦ୍ର ବିଧାନସଭାରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବା ସଙ୍ଗେ ସଙ୍ଗେ ସମାଜରୁ ଅସ୍ପୃଶ୍ୟତା ନିବାରଣ ଏବଂ ନାନାଦି କୁସଂସ୍କାର ବିରୁଦ୍ଧରେ ସ୍ୱରୋତ୍ତଳନ କରୁଥିଲେ। ମୁଖ୍ୟବକ୍ତା ପ୍ରାଧ୍ୟାପିକା ଡଃ ବାସନ୍ତୀ ମିଶ୍ର କହିଲେ ଯେ ପଣ୍ଡିତ ନୀଳକଣ୍ଠ ତାଙ୍କ ଅନବଦ୍ୟ ସାରସ୍ୱତ କୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ନାନାମତେ ସୁରଭିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାକାନ୍ତ ଦାଶ, ଦେବରାଜ ପ୍ରଧାନ, ଡଃ ପ୍ରମୋଦ କୁମାର ଦଳାଇ, ପ୍ରମୋଦ କୁମାର ପଣ୍ଡା, ଉମେଶ ଚନ୍ଦ୍ର ଦାସ, ବାସୁଦେବ ସାହୁ, କୋଟେଶ୍ ଚଦ୍ର ପାତ୍ର, ସୁଶ୍ରୀ ମୀରା ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ଚନ୍ଦ୍ର ଶେଖର ମହାରଣା, ଭାଗିରଥି ମହାପାତ୍ର, ବିଭୂତି ଭୂଷଣ କର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ସମ୍ପାଦକ ଡଃ ବଳରାମ ଦାଶ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।
