ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ
ଧରାକୋଟ ବ୍ଲକ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ୟାସୀ ବିଶୋୟୀଙ୍କର ୬୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ତାଙ୍କ କର୍ମମୟ ସରକାରୀ ଚାକିରୀ ଜୀବନ ଗଜପତି ଜିଲ୍ଲା ରାମଗିରି ରୁ ଆରମ୍ଭ କରି ଧରାକୋଟ ବ୍ଲକର ହରିପୁର, ମୁଣ୍ଡମରାଇ, ଲେଙ୍ଗମା ପରେ କାନଗିରିଡି ରେ ଅବସର ଗ୍ରହଣ କରିଥିଲେ। ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସଚିନ,ପୁତ୍ରବଧୂ ରୋଜାଲିନ,ଝିଅ ସାଲିନ ଓ ଜ୍ବାଇଁ ଶ୍ରୀକାନ୍ତ ଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ରହିଥିଲେ। ଧରାକୋଟ ଅଞ୍ଚଳରେ ସେ ଜଣେ କର୍ମଠ,ଛାତ୍ର ବତ୍ସଳ ଶିକ୍ଷକ ଓ ପରୋପକାରୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିଲେ । ତାଙ୍କର ବିୟୋଗ ରେ ଅଞ୍ଚଳରେ ସୋକର ଛାୟା ଖେଳିଯାଇଛି ।
