ଧରାକୋଟ ରେ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ସମଗ୍ର ରାଜ୍ୟରେ ନୂତନ ଭାବେ ଖୋଲିଥିବା ଅଠର ଗୋଟି ସ୍ନାତକ ମହାବିଦ୍ୟାଳୟ ମଧ୍ୟରୁ ଧରାକୋଟ ରେ ନୂତନ ଭାବରେ ଆର୍ଟସ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଭାସି ମାଧ୍ୟମରେ ଏହାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଧରାକୋଟ ବ୍ଲକ କନଫରେନ୍ସ ହଲରେ ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ ବ୍ରହ୍ମପୁର ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବି ଡି ଓ ଡେନିସ ବେହେରା,ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ମାଝୀ,ଧରାକୋଟ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସୁଜିତ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଅତିଥି ଅଧ୍ୟାପକ , ଅଧ୍ୟାପିକା ,କର୍ମଚାରୀ ଓ କୋଡ଼ିଏ ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ। ଧରାକୋଟ ସ୍ନାତକ ମହାବିଦ୍ୟାଳୟ ରେ ଇତିହାସ,ଶିକ୍ଷା ଓ ରାଜନୀତି ବିଭାଗର ଅନର୍ସ ପାଠ୍ୟକ୍ରମ ଖୋଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୬ ସିଟ ମଧ୍ୟରୁ ୨୭ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଛନ୍ତି । ବର୍ତ୍ତମାନ୍ ସୁଧା ଧରାକୋଟ ସ୍ନାତକ ମହାବିଦ୍ୟାଳୟ ପାଇଁ ନାମ ଲେଖା ପ୍ରକ୍ରିୟା ନୋଡାଲ କଲେଜ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଜାରି ରହିଛି। ଇଛୁକ ଥିବା ଛାତ୍ର ଛାତ୍ରୀ ବର୍ତ୍ତମାନ୍ ମଧ୍ୟ ନାମ ଲେଖାଇ ପାରିବେ ବୋଲି ଜଣାଯାଇଛି । ଧରାକୋଟ ରେ ଅର୍ଟସ ସ୍ନାତକ ମହାବିଦ୍ୟାଳୟ ଖୋଲିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *