ଭାରତ ଆମର ଜନମ ଭୂଇଁ

🇮🇳🇮🇳…..ଭାରତ ଆମର ଜନମ ଭୂଇଁ…..🇮🇳🇮🇳ଗରବେ କହୁଛେ ନିଜକୁ ଆମେ ଭାରତବାସୀ,ଅଗଷ୍ଟ ପନ୍ଦର ଶୁଣିଲେ ମନେ ଲାଗଇ ଖୁସି!🇮🇳ବହୁତ ସଂଗ୍ରାମ କରିକି ଆମ ବୀର ଯବାନ,ଆଜିର ଏ ଶୁଭ ଦିନରେ ଦେଶ କଲେ ସ୍ୱାଧୀନ!🇮🇳ନାହାନ୍ତି ସଂସାରେ ସୁବାସ ଆଉ ବାଜି ରାଉତ,ନାହିଁ ଗାନ୍ଧିଜୀ ଙ୍କ ଅହିଂସା ମୟ ଜୀବନ ପଥ !🇮🇳ବନ୍ଧୁକ ବଦଳେ ଅହିଂସା ବାଟ ଦେଖେଇ ଜଣେ,ବଦଳାଇଦେଲେ ଦେଶର ଭାଗ୍ୟ ଧରା ପ୍ରାଙ୍ଗଣେ!🇮🇳ସ୍ୱାଧୀନ ଭାରତେ ସ୍ୱାଧୀନ ଭାବେ ବଞ୍ଚିଲେ ନର,ସଫଳ ହୋଇବ ନିଶ୍ଚୟ ସ୍ୱାଧୀନତା ସ୍ଵାକ୍ଷର!🇮🇳🇮🇳🇮🇳🇮🇳…. ଭାରତ ମାତା କି ଜୟ ….🇮🇳🇮🇳🇮🇳

Leave a Reply

Your email address will not be published. Required fields are marked *