ଭାରତ ଆମର ଜନମ ଭୂଇଁ

🇮🇳🇮🇳…..ଭାରତ ଆମର ଜନମ ଭୂଇଁ…..🇮🇳🇮🇳

ଗରବେ କହୁଛେ ନିଜକୁ ଆମେ ଭାରତବାସୀ,
ଅଗଷ୍ଟ ପନ୍ଦର ଶୁଣିଲେ ମନେ ଲାଗଇ ଖୁସି!🇮🇳

ବହୁତ ସଂଗ୍ରାମ କରିକି ଆମ ବୀର ଯବାନ,
ଆଜିର ଏ ଶୁଭ ଦିନରେ ଦେଶ କଲେ ସ୍ୱାଧୀନ!🇮🇳

ନାହାନ୍ତି ସଂସାରେ ସୁବାସ ଆଉ ବାଜି ରାଉତ,
ନାହିଁ ଗାନ୍ଧିଜୀ ଙ୍କ ଅହିଂସା ମୟ ଜୀବନ ପଥ !🇮🇳

ବନ୍ଧୁକ ବଦଳେ ଅହିଂସା ବାଟ ଦେଖେଇ ଜଣେ,
ବଦଳାଇଦେଲେ ଦେଶର ଭାଗ୍ୟ ଧରା ପ୍ରାଙ୍ଗଣେ!🇮🇳

ସ୍ୱାଧୀନ ଭାରତେ ସ୍ୱାଧୀନ ଭାବେ ବଞ୍ଚିଲେ ନର,
ସଫଳ ହୋଇବ ନିଶ୍ଚୟ ସ୍ୱାଧୀନତା ସ୍ଵାକ୍ଷର!🇮🇳

🇮🇳🇮🇳🇮🇳…. ଭାରତ ମାତା କି ଜୟ ….🇮🇳🇮🇳🇮🇳

ରିପୋଟର -ହିମାନ୍ଦ୍ରି ମେହେର

Leave a Reply

Your email address will not be published. Required fields are marked *