ମୂର୍ତ୍ତି ଗଢିବାରେ ନିମଗ୍ନ ଅଛନ୍ତି କାରିଗର

ମୂର୍ତ୍ତି ଗଢିବାରେ ନିମଗ୍ନ ଅଛନ୍ତି କାରିଗର । ହେଉଛି ମାଟିର ମୂର୍ତ୍ତୀ ୧୫ ବର୍ଷ ବୟସରେ ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତୀ ଗଢିବାରେ ପାରଗମ୍ l ପ୍ରତିଟି ପ୍ରତିଭାକୁ ଏକ ନିଆରା କଳ୍ପନାରେ ଗଢ଼ିଥାନ୍ତି l କାହିଁକି ନା ସେ ହାତରେ ମାଟି ଧରି ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତୀ ଗଢିଥାନ୍ତି ଓ ରଙ୍ଗ ଆଉ ତୂଳୀ ସାହାଯ୍ୟରେ ବିଭିନ୍ନ ପ୍ରକାରର ଛବି ଆଙ୍କିଥାନ୍ତି l ଆମେ ଏମିତି ଜଣକ ବିଷୟରେ ଆଲୋଚନା କରୁଛୁ ସେ ହେଲେ ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ପଞ୍ଚାୟତ ବରକଟା ଗ୍ରାମର ଅଶୋକ ଖଟୁଆ l ବୟସ ୩୦ ବର୍ଷ ସେ ହେଲେ ଜଣେ ମୂର୍ତ୍ତୀ କାରିଗର ଭାବରେ ବେସ୍ ଜଣାଶୁଣା । ପାର୍ବଣ ଋତୁ ଆସିଲେ ସେ କାରିଗର ମାନେ ସେ ତାଙ୍କର ମୂର୍ତ୍ତୀ ତିଆରି କରିବାରେ ଲାଗିପଡନ୍ତି l କାହିଁକି ନା ସେ ୨ ଫୁଟ ରୁ ଆରମ୍ଭ କରି ୧୦ ଫୁଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ମୂର୍ତ୍ତୀ ତିଆରି କରିଥାନ୍ତି l

ସେଥି ମଧ୍ୟରୁ ବଜାରରେ ଅଶୋକ ଭାଈଙ୍କ ମୂର୍ତ୍ତୀର ଚାହିଦା ଏତେ ପରିମାଣରେ ବଢ଼ିଛି ଯେ ବିଭିନ୍ନ ପୂଜା ମଣ୍ଡପ ଠୁ ଆରମ୍ଭ କରି ଗାଆଁ ମାନଙ୍କରୁ ଆସିଥାଏ ନିମନ୍ତ୍ରଣ ଏମିତି ଭଳି କି ଭଳି ମୂର୍ତ୍ତୀ ଗଢ଼ିବା ସହ ବହୁତ ସୁନ୍ଦର ସୁନ୍ଦର ଛବି ମଧ୍ୟ କରି ସେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି l

Leave a Reply

Your email address will not be published. Required fields are marked *