ରାଇଘର ଠାରେ ମୂଳନିବାସି ଆଦିବାସୀ ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆଦିବାସୀ ଦିବସ ପାଳନ କରାଯାଇଥିଲା. ରାଇଘର ବ୍ଲକ ର ଆଦିବାସୀ ଜନଜାତି ର ଲୋକ ମାନେ ଉପସ୍ଥିତ ରହିଥିଲେ. ଆଦିବାସୀ ସଂସ୍କୃତି ଓ ପରମ୍ପରା କୁ ବଜାଇ ରଖି ଆଦିବାସୀ ବେଶ ଭୁଷା ଆଦିବାସୀ ବାଦ୍ୟ ନୃତ୍ୟ ସଂଗୀତ ରେ ସହର ପରିକ୍ରମା କରିଥିଲେ! ଆଦିବାସୀ ଙ୍କ ସୁରକ୍ଷା ଓ ହକ ପାଇଁ ଗୋଷ୍ଟି ଉନୟନ୍ ଅଧିକାରି ଓ ତହସିଲଦାର ଙ୍କ ଜରିଆରେ ୧୩ ଗୋଟି ଦାବି ପତ୍ର ପ୍ରଦାନ କରାଯାଇଥିଲା! ଅଗଷ୍ଟ୯ କୁ ଜାତୀୟ ଛୁଟି, ୧୯୯୬ ପେଶା ଆଇନ କୁ କଡାକଡି ପାଳନ କରିବା, ଆଦିବାସୀ ମାନଙ୍କୁ ତୃତୀୟ, ଚତୁର୍ଥ ଶ୍ରେଣୀ ପଦପଦବୀ ରେ ନିଯୁକ୍ତି, ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଆଦିବାସୀ ଙ୍କ ଧର୍ମାନ୍ତରୀକରଣ ବନ୍ଦ, ଦେଶୀ ବିଦେଶୀ ମଦ ବିକ୍ରୟ ବନ୍ଦ ପ୍ରଭୃତି ମୁଖ୍ୟ ଦାବି ଉପସ୍ଥାପନା କରାଯାଇଥିଲା.

ଏହି ଶୋଭା ଯାତ୍ରାରେ ଗଣ୍ଡ ସମାଜର ଶଭାପତି ଖେଦୁରମ୍ ଝଙ୍କର ଗୋଣ୍ଡୱାନା ବିକାଶ ମଣ୍ଡଳ ଶଭାପତି ମଣିରାମ ଗଣ୍ଡ ତଥା ସମସ୍ତ ବ୍ଲକ କର୍ମ୍ କର୍ତ୍ତା ଓ ମୂଳନିବାସୀ ଆଦିବାସୀ ଲୋକ ଉପସ୍ଥିତ ରହି ଆଦିବାସୀ ଦିବସ ପାଳନ କରିଥଲେ।

Leave a Reply

Your email address will not be published. Required fields are marked *