ମାରଣକୁ ଡାକୁଛି ଜାତୀୟ ରାଜପଥ 59

ଧରାକୋଟ :-୧୦/୦୮ ସାଧାରଣ ଜନତାଙ୍କ ପାଇଁ ମୃତ୍ୟୁର ଫାସ ବିଛାଇଛି ଜାତୀୟ ରାଜପଥ ବିଭାଗ । ଦିନକୁ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ସତେ ଯେପରି ଶୋଇ ରହିଛନ୍ତି । ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ ର ନିର୍ମାଣ ଦାୟିତ୍ଵ ଏ ଆର ଏସ ଏସ କମ୍ପାନୀ ନେଇଛି । ଦୀର୍ଘ ଚାରି ବର୍ଷ ହେଲା ରତ୍ନପୁର ଠାରୁ ମୁଣ୍ତମରାଇ ପ୍ରାୟ ୫୦ କିମି ରାସ୍ତାକାମ ଅଧ ପନ୍ତରିଆ ହୋଇ ରହିଛି। ବିଶେଷ କରି ନଳବଣ୍ଟା , କାଳଷଣ୍ଢ ପୁର , ମୁଣ୍ଡମରାଇ ଏବଂ ରେଡ୍ଡୀ ଦାମୋଦର ପଲି ଗାଁ ଭିତରେ,ବାହାରେ ରାସ୍ତାର ସ୍ଥିତି ଶୋଚନୀୟ ହୋଇପଡିଛି। ବର୍ଷାଦିନ ହେତୁରୁ ଭାରିଯାନ,ବସ,ଚାରି ଚକିଆ ଓ ଛୋଟ ବଡ ଗାଡି ଚଳାଚଳ ଯୋଗୁଁ ବଡ଼ ବଡ ଗର୍ତ୍ତ ହୋଇ ପାଣି ଜମିବା ଯୋଗୁଁ ଲୋକେ ପାଣିଭର୍ତି ଗର୍ତ୍ତ ଭିତରେ ପଡ଼ି ଦୁର୍ଘଟଣାର ଶୀକାର ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ସଡ଼କ ସଚେତନତା ପାଇଁ ସରକାର ପ୍ରୟାସ ଜାରି ରଖି ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଅଥଚ ରାସ୍ତା ନିର୍ମାଣ ଉପରେ ଗୁରୁତ୍ବ ଦେଉ ନାହାଁନ୍ତି। ନିର୍ମାଣକରୀ ସଂସ୍ଥା ଧୀରେ ସୁସ୍ଥେ କାମ କରୁଛନ୍ତି କିନ୍ତୁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସୁନ । ଯାହାକି ବେଶ ସୁହାଉଛି ଠିକା ସଂସ୍ଥାକୁ । ଘଟଣା ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଢ଼ଉଗାଁ ନିକଟରୁ କାଳଷଣ୍ଢ ପୁର ଗାଁ ବାହାର ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ କରାଯିବ,ଏହା ଛଡ଼ା ରେଡ୍ଡୀ ଦାମୋଦର ପଲି ଗାଁ ଭିତର ପାଇଁ ଏକ ଏଷ୍ଟିମେଟ ପଠା ଯାଇଛି ଏଣୁ ନିର୍ମାଣରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଛନ୍ତି । ଲୋକଙ୍କ ଦାବୀ ଏଷ୍ଟିମେଟ୍ ଅନୁମୋଦନ ବିଳମ୍ବ ଯୋଗୁଁ ଦୁର୍ଘଟଣାରେ ଧନ ଜୀବନ ନଷ୍ଟ ହେଉଛି। ଏଣୁ ତୁରନ୍ତ ଖାଲ ଖମା ରେ ପଟ ହୋଲ ମାରିବା ପାଇଁ ସାଧାରଣ ଜନତା ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *