ଭଦ୍ରକ ଜିଲ୍ଲାପାଳ ଙ୍କୁ ଦାବୀପତ୍ର
ଶ୍ରୀମତୀ ଶାନ୍ତିଲତା ବେହେରା, ସ୍ଵା : ଉପେନ୍ଦ୍ର ପ୍ରସାଦ ବେହେରା, ସା/ ପୋ: ଦୋଳସାହି, ଥାନା, ତିହିଡ଼ି, ଜି: ଭଦ୍ରକ, ସେ ଜଣେ ଗରିବ ଓ ବିଭିନ୍ନ ସ୍ଵାସ୍ଥ୍ୟ ଜନିତ ସମସ୍ୟାରେ ଚିକିତ୍ସିତ ହେଉଅଛି ।ଉପେନ୍ଦ୍ର ପ୍ରସାଦ ବେହେରାଙ୍କ ଘର ଆଗରେ ପଡ଼ୋଶୀ ଭାସ୍କର ବେହେରା ଜୋର ଜବରଦସ୍ତି ଘର ସାମ୍ନାରେ ତା ପାଇଖାନା ପାଣି ଗଢିଆକୁ ଛାଡୁଛି । ସେ ପାଣି ଅତି ଦୁଗନ୍ଧ ଯୋଗୁଁ ଆମ୍ଭେ ରହିପାରୁନାହୁଁ ।

ତାଙ୍କୁ ପ୍ରତିବାଦ କରିବାରୁ ସେ ଓଲଟି ଧମକ ଦେଉଛି ମୋ ପୁଅ ପୋଲିସରେ ଅଛି ମିଛ ମକଦ୍ଦମା ଦେଇ ଭିତରେ ପୁରେଇ ଦେବ। ଆମ୍ଭେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଲୁ ଏବଂ କୋର୍ଟ ମଧ୍ୟ ଅର୍ଡ଼ର ଦେଲା କିନ୍ତୁ ପୋଲିସ ନା ତହସିଲଦାର କେହି କୌଣସି କଥାକୁ କର୍ଣ୍ଣପାତ କଲେ ନାହିଁ ଶେଷରେ ଆମ୍ଭେ ନିରୂପାୟ ହୋଇ ଆମ୍ଭେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଲୁ
