ମୁମ୍ବାଇ କଲ୍ୟାଣ ରେ ଉତ୍କଳ ଯୁବ ସମିତି ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳିତ

** ଆସିକା:-୧୧/୦୮/୨୦୨୪ ମୁମ୍ବାଇ ରେ ଉତ୍କଳ ଯୁବ ସମିତି ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳିତ।କଲ୍ୟାଣ BJP ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଆସିକା NAC 1 no ୱାର୍ଡ କାଉନ୍ସିଲର ସରୋଜ ଭଞ୍ଜ ଙ୍କ ଯୋଗଦାନମୁମ୍ବାଇ:- ମୁମ୍ୱାଇ କଲ୍ୟାଣ ରେ ଉତ୍କଳ ଯୁବ ସମିତି ପକ୍ଷରୁ ଅଖଣ୍ଡ ଭାରତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ଅଖଣ୍ଡ ଭାରତ କାର୍ଯ୍ୟକ୍ରମ କୁ ଉତ୍କଳ ଯୁବ ସମିତି ର ସଭାପତି ଜଗନ୍ନାଥ ପଢ଼ିଆରି, ସାଂସ୍କୃତିକ ସମ୍ପାଦକ ଶୁଶାନ୍ତ ଜେନା, କୋଷାଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ପ୍ରମୁଖ ଅୟୋଜନ କରିଥିଲେ।କାର୍ଯ୍ୟକ୍ରମ ରେ କଲ୍ୟାଣ ରେ ରହୁଥିବା ପ୍ରବାସୀ ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ଏଵଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

50 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶା ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ତଥା ଆସିକା ଏନ୍ ଏ ସି ର 1 ନମ୍ୱର୍ ୱାର୍ଡ଼ କାଉନସିଲର ସରୋଜ ଭଞ୍ଜ, ସ୍ଥାନୀୟ କଲ୍ୟାଣ ପୂର୍ବ ବିଧାୟକ ଙ୍କ ଧର୍ମପତ୍ନୀ ସୁଲଭା ଗାଇକ୍ୱାଡ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ବିଜେପି କଲ୍ୟାଣ ପୂର୍ବ ବିଧାନସଭା ସଭାପତି ସଞ୍ଜୟ ବାବୁରାଓ ମୋରେ,ଉତ୍କଳ ଯୁବ ସମିତି ର ଉପଦେଷ୍ଟା ଚିନ୍ତାମଣି ପ୍ରଧାନ , ମନୋଜ ସାହୁ, ଯୁବ ଶିକ୍ଷାବିତ୍ ସୁନିଲ ପଣ୍ଡା, ସଞ୍ଜୟ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।ଅତିଥି ମାନେ ଅଖଣ୍ଡ ଭାରତ ବିଷୟ ରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ତତ୍ ସହିତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଏକତା ଏଵଂ ସଚେତନତା ବିଷୟରେ ନିଜ ବକ୍ତବ୍ୟ ମାଧ୍ୟମ ରେ ବୁଝାଇଥିଲେ। ପ୍ରତିଯୋଗିତା ରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସୁନିଲ୍ ପଣ୍ଡା ଏବଂ ବୁଦ୍ଧାଦିତ୍ୟ ସାହୁ ପ୍ରତିଯୋଗିତା ନିରୀକ୍ଷଣ କରିଥିଲେ।ବକ୍ତୃତା ପ୍ରତିଯୋଗିତା ସିନିୟର୍ ବର୍ଗ ରେ ନିଶା ପାଣିଗ୍ରାହି ପ୍ରଥମ ଏବଂ ସ୍ୱରୂପ ଜେନା ଦିତ୍ୱୀୟ ସ୍ଥାନ , ସେହିପରି ଜୁନିୟର ବର୍ଗ ରେ ବିଘ୍ନେଶ ଶାକା ପ୍ରଥମ ଏବଂ ଉତ୍ତମ ଗୁପ୍ତା ଦିତ୍ୱିୟ ସ୍ଥାନ ଅଧିକାର କରିଥିଲେ। ସଙ୍ଗୀତ ପ୍ରତିଯୋଗିତା ରେ ବିନୋୟରଞ୍ଜନ ସାହୁ ପ୍ରଥମ,କେଶବ କୁମାର ଦଳେଇ ଦିତ୍ଵିୟ ଏବଂ ସଂସ୍କୃତି ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ତତ୍ ସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ସହ ପୁସ୍ତକ ବଣ୍ଟନ କରାଯାଇଥିଲା। ଶତାଧିକ ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ଉତ୍କଳ ଯୁବ ସମିତି ର ସଭାପତି ଜଗନ୍ନାଥ ପଢ଼ିଆରି, ସୁଶାନ୍ତ ଜେନା, ପବିତ୍ର ପାଣିଗ୍ରାହୀ, ସୁବାଷ ପାଲ୍, ସଞ୍ଜୟ ସାହୁ,ବିପିନ୍ ଚୌଧୁରୀ, ସୁଶୀଲ ସାହୁ,ସନ୍ତୋଷ ସାହୁ, ନିଳାଞ୍ଚଳ ସାହୁ, ବିନୋଦ ପାଣ୍ଡି, ସୁନିଲ ପାଢ଼ୀ, ସତ୍ୟ ପଣ୍ଡା,ଗୌରାଙ୍ଗ ପାଣିଗ୍ରାହି, କ୍ରିଷ୍ଣା ସାହୁ, ଶୁଭମ୍ ସେନାପତି ପରିଚାଳନା କରିଥିଲେ। ସଭାପତି ଜଗନ୍ନାଥ ପଢ଼ିଆରି ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *