ବୋଲ ବମ ଯାଇ ମନ୍ଦିର ରେ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ହିଁ ବାପା, ମା ମୃତ ଓ ଅଳ୍ପକେ ବର୍ତିଲେ ନାବାଳକ ପୁଅ।ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରୁଛି।ସୂଚନା ଅନୁଯାଇ ପରଚିପାରା ଗ୍ରାମର ଅଜିତ ମଜୁମଦାର ଓ ଦୀପିକା ମଜୁମଦାର ପଢ଼ୋଶୀ ରାଜ୍ୟ ଛତିଶଗଡ ରେ ରହିଥିବା ସିହାବା ଯାଇ ପାଣି ଆଣି ହାତଭରଣ୍ଡୀ ଶୈବ ମନ୍ଦିର ରେ ପାଣି ଢାଳି ବାଇକ ଯୋଗେ ବାପା ମା ଓ ପୁଅ ନିଜ ଘର ପାରଚିପାର କୁ ଫେରୁଥିବା ସମୟରେ ବିପରୀତ ଦିଗ ରୁ ଆସୁଥିବା ଟ୍ରକ ବାଇକ ଉପରକୁ ଚଡି ଯିବା ଫଳ ରେ ଘଟଣା ସ୍ତଳ ରେ ହିଁ ବାପା ମା ଙ୍କ ମୃତ୍ୟୁ ଘଟିଥିଲା କିନ୍ତୁ ସୌଭାଗ୍ୟ ବସତ ମୃତ୍ୟୁ ମୁଖ ରୁ ବର୍ତ୍ତୀ ଯାଇଛି ନାବାଳକ ପୁଅ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଜବତ କରି ହାଟଭରଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଛି। ଘଟଣା ସ୍ତଲ ରେ ଚାପା ଉତେଜନା ଜାରି ରହିଛି।

ରାଇଘର ବ୍ଲକ ପ୍ରଦୀପ ଶିକଦାର ଙ୍କ ରିପୋର୍ଟ ତୀର୍ଥ କ୍ଷେତ୍ର

Leave a Reply

Your email address will not be published. Required fields are marked *