ଶୈବ ପୀଠ ଗୁଡ଼ିକରେ ଭିଡ ଜମିବା ସହ ଭକ୍ତିମୟ ସୃଷ୍ଟି ହୋଇଛି।
ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଥିବା ବେଳେ ଚତୁର୍ଥ ପାଳି ସୋମବାରରେ ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭିଡ ଜମିବା ସହ ଭକ୍ତିମୟ ସୃଷ୍ଟି ହୋଇଛି। ସେହିଭଳି ସୋରଡାର ପ୍ରସିଦ୍ଧ ପଞ୍ଚାନନ, ବୃଦ୍ଧ ଲିଙ୍ଗେଶ୍ୱର, ପୁଡୁଗେଶ୍ୱର, ଦକ୍ଷିଣେଶ୍ୱର, ବାଲୁଙ୍କେଶ୍ୱର ଆଦି ମନ୍ଦିର ଗୁଡିକ ମଧ୍ୟ ପ୍ରବଳ ଭିଡ ଦେଖିବକୁ ମିଳିଛି।ପ୍ରଭୁ ପଞ୍ଚାନନଙ୍କ ମନ୍ଦିର ପୀଠରେ ବହୁ ପରିମାଣରେ କାଉଡିଆ ଭକ୍ତଙ୍କ ସମାଗମ ହୋଇଛି l ଚଳିତ ମାସ ପ୍ରତ୍ୟେକ ସୋମବାରରେ ବହୁ ଦୂରଦୁରାନ୍ତରୁ କାଉଡ଼ିଆ ଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ଲାଗି ପାଣି ଭାର ଧରି ଚାଲି ଚାଲି ଏଠାକୁ ଆସିଥାନ୍ତି ସେଇଭଳି ବହୁ ଭକ୍ତ ପବିତ୍ର ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ଆଖ ପାଖ ଶିବ ମନ୍ଦିର ରେ ଜଳାଭିଷେକ କରନ୍ତି l ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ବହୁ ଶୈବ ଭକ୍ତଙ୍କ ଦର୍ଶନ ପାଇଁ ଗହଳ ଲାଗିବା ସହିତ କାଉଡ଼ିଆ ଭକ୍ତମାନେ ବିଶେଷ ନୀତିକାନ୍ତି ଗ୍ରହଣ କରି ବ୍ରତଧାରଣ ପୂର୍ବକ ପ୍ରଭୁ ପଞ୍ଚାନନଙ୍କୁମସ୍ତକରେ ଜଳାଭିଷେକ କରାଇ ସାନିଧ୍ୟ ଲାଭ କରିଥିବା ଦେଖିବାକୁ ମିଳିଛି।
