ରେଙ୍ଗଳି ବାମ ଶାଖା କେନାଲରେ ୩୦ ଫୁଟର ଘାଇ।

ରେଙ୍ଗାଳି ବାମ କେନାଲର ଶାଖା କେନାଲରେ ୩୦ ଫୁଟର ଘାଇ ସୃଷ୍ଟିହୋଇଛି। ଦିର୍ଘ ୪ ଦିନ ହେଲା ଘାଇ ସୃଷ୍ଟିହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ। ତଳମୁଣ୍ଡର ଚାଷି ଏବେ ଚିନ୍ତାରେ ପଡିଯାଇଛନ୍ତି। କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ଦେଇ ଯାଇଥିବା ରେଙ୍ଗଳି ବାମ କେନାଲର ଶାଖାକେନାଲଟି ପ୍ରାୟ ୩୦ ଫୁଟ ଭଳି ଘାଇ ସୃଷ୍ଟିହୋଇଛି। ଘାଇ ସୃଷ୍ଟିହୋଇ ଧାନ ବିଲରେ ଏବେ ବାଲିଚର ହୋଇଯିବା ସହ ଏକର ଏକର ଧାନକ୍ଷେତ ଜଳମଗ୍ନ ହୋଇଯାଇଛି। ଫଳରେ ଚଳିତ ବର୍ଷ ବର୍ଷାର ପରିମାଣ କମ ଥିବାରୁ ଏହି କେନାଲକୁ ଭରସା କରି ଚାଷ କରିଥିବା ଚାଷି ଏବେ ଚିନ୍ତାରେ ପଡିଯାଇଛନ୍ତି। ସବୁଠାରୁ ବଡକଥା ହେଲା ଆଜିକୁ ୪ ଦିନ ଧରି କେନାଲଟି ଭାଙ୍ଗିଯାଇଥିଲେ ମଧ୍ୟ ବିଭଗ ତରଫରୁ ମରାମତି କରିବା ପାଇଁ କୋଣସି ପଦକ୍ଷେପ ନେଉନାହାଁନ୍ତି। ଫଳରେ ଏହି କେନାଲ ପାଣିକୁ ଚାହିଁ ଏବେ ଚିନ୍ତାରେ ଚାଷି। ତେଣୁ ତୁରନ୍ତ କେନାଲ ମରାମତି ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରିଙ୍କ ସହ ଯୋଗାଯୋଗ କଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *