ହର ଘର ତ୍ରିରଙ୍ଗା
ହର ଘର ତ୍ରିରଙ୍ଗା
ତ୍ରିରଙ୍ଗା ପତାକା ଉଡ଼ାଇବା ଆମେ
ଆମେ ସବୁ ଭାରତୀୟ
ଜାତୀୟ ସ୍ରୋତରେ ବାନ୍ଧି ହୋଇଅଛେ
ଗୋଟିଏ ମାଆର ପୁଅ।
ଭାରତ ମାତାର ସନ୍ତାନ ସନ୍ତତି ମନେ ପକାଉଛୁ ଦିନ
ଅଗଷ୍ଟ ପନ୍ଦର ଆସିଛି ଆଜି
ଏହି ଦିନ ଯେ ସ୍ବାଧୀନ।
ଅଷ୍ଟତରୀ ତମ ସ୍ବାଧୀନ ଦିବସ
ଆମେ ପାଳନ କରିବୁ
ଭେଦଭାବ ଭୁଲି ସମସ୍ତେଆମେ ଯେ ଏହି ଉତ୍ସବ ପାଳିବୁ
ମନେପଡେ ଗାନ୍ଧୀ ଗୋପବନ୍ଧୁ ସୁବାସ ବୋଷଙ୍କ ଙ୍କ କଥା
କେତେ ଯେ ମହତ କାମ କରିଥିଲେ ବିଶ୍ବ ଙ୍କୁ ଦିଅନ୍ତି ବାର୍ତ୍ତା।
ଭାରତ ମାତାର ସନ୍ତାନ ସନ୍ତତି କରୁଛୁ ଏତିକି ଅଳି
ଜନ୍ମଭୂମି ତୁହି ଏହି ମା ଧରଣି କେବେ ନ ଦେବୁ ଲୋ ଗାଳି
ତୋର ପାଦ ରେଣୁ ମୋ ପାଇଁ ପବିତ୍ର
ତୁହି ମୋ ଜନମ ଭୂଇଁ
ପ୍ରଣତି ଜଣାଏ ଆଜି ର ଦିନରେ
ପବିତ୍ର ଭାରତ ଭୂଇଁ।
ମୋ ଜନମ ଭୂମୀ ଅଟଇ ପବିତ୍ର
ଗଙ୍ଗା ଯାର ଧୂଏ ପାଦ
ତାହାର ମାଟିକୁ କୋଟିଏ ସଲାମ
ସେହି ମୋ ପ୍ରିୟ ଭାରତ।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ )
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା।
