ଭାରତ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ପାଳନ

ସମଗ୍ର ଭାରତ ବର୍ଷରେ କେବଳ ଦୁଇଟି ଭାରତ ମାତାଙ୍କ ମନ୍ଦିର ମଧ୍ୟରେ ଆମ ଭଦ୍ରକରେ ଗୋଟିଏ ମନ୍ଦିର ଅବସ୍ଥିତ।ଆଜି “ଅଖଣ୍ଡ ଭାରତ ସଂକଳ୍ପ” ସମାବେଶ କାର୍ଯ୍ୟକ୍ରମ ଉକ୍ତ ମନ୍ଦିର (ହଳଦୀ ଡିହ ଛକ,ଭଦ୍ରକ) ଠାରେ ଅତ୍ୟନ୍ତ ହର୍ଷ ଉଲ୍ଲାସରେ ପାଳିତ ହୋଇଗଲା।

ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ,ଭଦ୍ରକ ଜିଲ୍ଲା ତରଫରୁ ୧୦୮ ଦୀପ ପ୍ରଜ୍ବଳନ ସହିତ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦ ର ପ୍ରାନ୍ତ ସହ-ସତସଙ୍ଗ ପ୍ରମୁଖ ମାନନୀୟ ଗୋବିନ୍ଦ ଚନ୍ଦ୍ର ରାଉତ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଆମେ କାହିଁକି ପାଳନ କରିବା,ଭାରତ ଭୂମୀ କାହିଁକି, କିପରି ଓ କେଉଁ ମାନଙ୍କ ପାଇଁ ଆଜି ଖଣ୍ଡ ବିଖଣ୍ଡିତ ହେଲା ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।ଉକ୍ତ ଉତ୍ସବରେ ବିଶ୍ବହିନ୍ଦୁ ପରିଷଦ ର ବିଭାଗ ସମ୍ପାଦକ ବିଜୟ ସିହ୍ନା,ଜିଲ୍ଲା ସଂରକ୍ଷକ ନିରଞ୍ଜନ ସାହୁ,ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ,କୋଷାଧ୍ୟକ୍ଷ ଭୀମସେନ ପାଣି,ଉପସଭାପତି ଟି.ରାଜ ଲକ୍ଷ୍ମୀ,ବିଶେଷ ସମ୍ପର୍କ ପ୍ରମୁଖ ବୃନ୍ଦାବନ ଜେନା,ଜିଲ୍ଲା ମାତୃଶକ୍ତି ସଂଯୋଜିକ ସରୋଜିନୀ ଦାସ, ସଦର ସହ ସମ୍ପାଦକ ମାନସ ବାରିକ,ନଗର ସଭାପତି ସୁବାଷ ମିଶ୍ର,ବଜରଙ୍ଗ ଦଳ ନଗର ସଂଯୋଜକ ସୁଜିତ୍ ପତି , ପୁନିଲ କୁମାର ସାମନ୍ତ, ଆଦି ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *