ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

:- ନିକଟସ୍ଥ ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ଏନ.ଏସ.ଏସ ଓ ୟୁଥ ରେଡ କ୍ରସ ଶାଖା ତରଫରୁ ମହାବିଦ୍ୟାଳୟ ର ସମସ୍ତ ସ୍ବେଛାସେବୀ ମାନଙ୍କୁ ନେଇ ” ହରଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ ସମ୍ପକୀର୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ବିରାଟ ଜନ ସଚେତନତା ରାଲି କୁ ମହାବିଦ୍ୟାଳୟ ର ଡ଼କ୍ଟର : ବିବେକାନନ୍ଦ ପଟ୍ଟନାୟକ ଜାତିୟ ପତକା ଧରି ଆରମ୍ଭ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ମାତୃକାର ସୁରକ୍ଷା କରିବା ନିମନ୍ତେ ଆହ୍ୱାନ ଦେଇଥିଲେ.

ଏ ପରିପ୍ରେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ହାତରେ ଜାତୀୟ ପତକା ଧରି ” ହରଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ଧ୍ୱନି ସହ ବିଭିନ୍ନ ସ୍ଲୋଗାନ ଦେଇ ନିକଟସ୍ଥ ଗ୍ରାମର ଲୋକମାନଙ୍କୁ ନିଜ ନିଜ ଘରେ ପତକା ଲଗାଇ ସ୍ୱାଧୀନତା ଦିବସ ପାଳନ କରି. ଦେଶ ପାଇଁ ଗର୍ବ ଅନୁଭବ କରିବା ପାଇଁ ପରାମର୍ଶ ଦେଇଥିଲେ. ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଏନ. ଏସ. ଏସ ଅଧିକାରିଣୀ ଶ୍ରୀମତୀ ମୀନତି ଆଚାରୀ, ରେଡ କ୍ରସ ଅଫିସର ଶ୍ରୀ ଅମୟ କୁମାର ସ୍ୱାଇଁ ଓ କ୍ରୀଡା ଅଧ୍ୟାପକ ଶ୍ରୀ ଭଞ୍ଜ କିଶୋର ଗୌଡ଼ ସକ୍ରିୟ ଭାବେ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତି, ଡ଼କ୍ଟର ଏ. ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ଏନ ମୁର୍ଦୁରାଜୁ ଦୋରା, ଏ. ଶିବାନୀ ଦେବି ଆଚାରୀ, ସିମାଞ୍ଚଳ ଗୌଡ଼, ନବଘନ ପ୍ରଧାନ, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ ଓ ଆଶିଷ କୁମାର ନଇକ ପ୍ରମୁଖ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *