ସୋରଡ଼ା ନିର୍ବାଚନମଣ୍ଡଳୀ ରେ ଅମୃତ ମହୋତ୍ସବ ରେ ହର ଘର ତ୍ରିରଙ୍ଗା

ଭାରତୀୟ ଜନତା ପାର୍ଟି ତରଫରୁ ସୋରଡ଼ା ନିର୍ବାଚନମଣ୍ଡଳୀ ରେ ଅମୃତ ମହୋତ୍ସବ ରେ ହର ଘର ତ୍ରିରଙ୍ଗା ପାଳିତସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର ଘର ତିରଙ୍ଗା’ ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଥିବା ବେଳେ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ଵାନ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ତରଫରୁ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ତାଙ୍କ ସମର୍ଥକଙ୍କ ସହିତ ସୋରଡ଼ା ପଞ୍ଚାନନ ମନ୍ଦିର ଠାରୁ ବାହାରି ବଡ଼ଦାଣ୍ଡ ,ଗଣିଛକ , ଅଫିସ୍ ଲାଇନ୍ ଦେଇ ବଡଗଡ ପର୍ଯ୍ୟନ୍ତ ସାରା ସହର ଭାରତ ମାତା ର ଜୟ ଓ ବନ୍ଦେ ମାତରଂମ ଧୋନି ରେ ସାରା ସହର କମ୍ପି ଉଠୁଥିଲ lଏହି ଅମୃତ ମହୋତ୍ସବ ପାଳନ ଅବସରରେ ସୋରଡ଼ା ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ସାରା ଦେଶ ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ୧୩ ଅଗଷ୍ଟ ଠାରୁ ୧୫ ଅଗଷ୍ଟ ଯାଏଁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଜାରି ରଖିଥିବା ସମୟ ରେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭା ରେ ମଧ୍ୟ ଗାଁ ଠୁ ସହର ଯାଏଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଯଥା ତ୍ରିରଙ୍ଗା ଶୋଭାଯାତ୍ରା, ତ୍ରିରଙ୍ଗା ଗଣ ଦୌଡ଼, ସାଇକେଲ ରାଲି ଓ ବାଇକ ରାଲି ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ପରିପେକ୍ଷୀ ଆଜି ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ନିଜର ହଜାର ହଜାର ସମର୍ଥକ ଙ୍କ ସହ ପୂର୍ବାହ୍ନ ରେ ବେଲଗୁଣ୍ଠା ବ୍ଳକ ରେ ଗାଙ୍ଗପୁର ହନୁମାନ ମନ୍ଦିର ଠାରୁ ମଙ୍ଗଳପୁର ଯାଏଁ ଓ ଅପରାହ୍ନ ରେ ସୋରଡ଼ା ବ୍ଳକ ର ସୋରଡ଼ା ପଞ୍ଚାନନ ମନ୍ଦିର ଠାରୁ ବଡ଼ଗଡ଼ ରାମ ମନ୍ଦିର ଯାଏଁ ଏକ ମେଗା ତ୍ରିରଙ୍ଗା ବାଇକ ଶୋଭାଯାତ୍ରା କରିଥିଲେ |

ଏହି ସମୟରେ ଜିଲ୍ଲା ସଭ୍ୟ ସୁଧୀର ଜେନା, ମଣ୍ଡଳ ସଭାପତି ରାଧା ମୋହନ ସ୍ୱାଇଁ, ଶିବ ଦିଗଲ, ଜଗଦିଶ ରାଜୁ, ଭଗବାନ ମୁନି, କୃତିବାସ ସାହୁ, ସୁରେନ୍ଦ୍ର ଡାକୁଆ, ସଞ୍ଜୟ ଜେନା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଦେବରାଜ ମଳିକ ସମାଜ ସେବି ଜିତେନ୍ଦ୍ର ନାୟକ, ବାଇଧର ସ୍ୱାଇଁ ସତ୍ୟ ନାରାୟଣ ଗୌଡ଼ ଙ୍କ ସହ ହଜାର ହଜାର ସମର୍ଥକ ଯୋଗ ଦେଇଥିଲ ବାସୀଙ୍କ ମନରେ ମାତୃଭୂମି ପ୍ରତି ଦେଶାତ୍ମବୋଧକ ବାତା ବରଣ ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *