ପୋଖରୀ ପାଣି ରେ ବୁଡି ଭିନ୍ନକ୍ଷମ ଙ୍କ ମୃତ୍ୟୁ

ପୋଖରୀ ପାଣି ରେ ବୁଡି ଭିନ୍ନକ୍ଷମ ଙ୍କ ମୃତ୍ୟୁ,ସରକାରୀ ସହାୟତା ଦେବାକୁ ଦାବି କଲେ ପରିବାର।କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତି ମାନସିଂ ପୁଞ୍ଜି (୬୫) ମଙ୍ଗଳବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଘର କୁ ଲାଗି ରହିଥିବା ପୋଖରୀ ରେ ଗାଧେଇବାକୁ ଯାଇ ଗଭୀର ପାଣି ରେ ବୁଡି ମୃତ୍ୟୁ ହୋଇଥିବା ପରିବାର ଲୋକ ଙ୍କ ପକ୍ଷରୁ ସୂଚନା ମିଳିଛି। ଘଟଣା ପରେ ପରିବାର ଲୋକେ ଏନେଇ କୋକସରା ଦମକଳ କର୍ମଚାରୀ ଙ୍କୁ ଖବର ଦେବାପରେ ଅଗ୍ନିଶମ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ଦମକଳ କର୍ମଚାରୀ ମାନେ ପହଞ୍ଚି ପୋଖରୀ ପାଣି ରୁ ମୃତ ଶବ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଛନ୍ତି। ଏନେଇ ପରିବାର ଲୋକେ କୋକସରା ପୋଲିସ କୁ ଖବର ଦେବାପରେ ଏସ ଆଇ ସନ୍ତୋଷ କୁମାର ନାୟକ ଓ ପୋଲିସ ଟିମ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ।ତେବେ ମୃତ ମାନସିଂ ପୁଞ୍ଜ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ତାଙ୍କ ପରିବାର ରେ ଏବେ ବିଧବା ସ୍ତ୍ରୀ ଓ ପୁଅ ବୋହୂ ନାତି ନାତୁଣୀ ରହିଛନ୍ତି। ପରିବାର କୁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *