ବିଲରେ କାଦୁଅ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବିଲରେ କାଦୁଅ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ,ପୁଲିସ ର ତଦନ୍ତ ଜାରି।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଂଚାୟତ ଦାବ୍ରିଗୁଡା ଗ୍ରାମର ଜଣେ ଚାଷି ଙ୍କ ବିଲ ରେ ଟ୍ରାକ୍ଟର କାଦୁଅ କରୁଥିବା ବେଳେ ସୋମବାର ସକାଳ ପ୍ରାୟ ୬.୩୦ ଘଣ୍ଟା ମଧ୍ୟରେ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣାସ୍ଥଳରେ ଟ୍ରାକ୍ଟର ରେ ଚାପି ହୋଇ ଡ୍ରାଇଭର ଶିଵ ମାଝୀ(୨୩) ଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ବଡ଼ ପୋଡ଼ାଗୁଡା ଗ୍ରାମ ର ଜଣେ ସମାଜସେବୀ ଧର୍ମାନନ୍ଦ ନାଏକ ଘଟଣା ସମ୍ପର୍କରେ ଆମପାଣି ପୋଲିସ କୁ ଖବର ଦେବାପରେ ପୋଲିସ ଏସ.ଆଇ ଗୌରୀ ଯାନୀ,ଏଏସଆଇ ମନୋଜ ନାଏକ ଓ ପୋଲିସ ଟିମ ପହଞ୍ଚି ଶବ ଓ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର କୁ ଜବତ କରି ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିବା ପରେ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିଲେ। ସୂଚନା ଅନୁସାରେ ଦାବ୍ରି ଗୁଡା ଗ୍ରାମ ର ଟ୍ରାକ୍ଟର ମାଲିକ ଧନବଲ ମାଝୀ ଙ୍କ ନିକଟରେ ଡ୍ରାଇଭର ଭାବେ ଶିଵ ମାଝୀ କାମ କରୁଥିଲେ। ତେବେ ଆଜି ଟ୍ରାକ୍ଟର ନେଇ କାଦୁଅ କରିଥିବା ବେଳେ ଏହି ଅଘଟଣ ରେ ଯୁବକ ଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ନୂଆପଡ଼ା ଗ୍ରାମ ର ବୈଦ୍ୟନାଥ ମାଝୀ ଙ୍କ ଭେଣ୍ଡିଆ ପୁଅ ଶିଵ ମାଝୀ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ପୋଲିସ ହସ୍ତାନ୍ତର କରିଛି ଓ ଏନେଇ ଆମପାଣି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ୫୯/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *