ନାଳ ରେ ପାଣି ଯୋଗୁ ଶବ ୪ ଘଣ୍ଟା ଧରି ଅଟକି ରହିଲେ

ରାସ୍ତାପାଇଁ ସମସ୍ୟା ଭୋଗୁଛନ୍ତି ଉପାନ୍ତ କୁଟୁରୁ ଗ୍ରାମବାସୀ।ଉପାନ୍ତ ଅଞ୍ଚଳର ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ରେ ରହିଛି କଲହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ର କୁଟୁରୁ ଗ୍ରାମ।ଦଶନ୍ଧି ଦଶନ୍ଧି ଧରି ଗାଁ କୁ ମିଳିନାହିଁ ମୌଳିକ ସୁବିଧା। ଗାଁ କୁ ନାହିଁ ପକ୍କା ରାସ୍ତା, ସ୍ଵାସ୍ଥ୍ୟ,ଶିକ୍ଷା,ପାନୀୟଜଳ ଭଳି ମୌଳିକ ସମସ୍ୟା ରୁ ବର୍ଷ,ବର୍ଷ ଧରି ଅପହଞ୍ଚ ରହିଛନ୍ତି ଏହି ରାଜସ୍ୱ ଗ୍ରାମ ର ଗ୍ରାମବାସୀ ମାନେ। ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ ରେ ନାହିଁ ମୋବାଇଲ ନେଟୱାର୍କ ସୁବିଧା, ଯେତେବେଳେ କୌଣସି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଗ୍ରାମ ର ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୁଏ ଗାଁ ରୁ କିଛି ଦୂର କିମି ଦୂର କୁ ଗଲେ କିମ୍ବା ଗଛ ଉପରେ ଚଢ଼ିଲେ ମୋବାଇଲ ନେଟୱାର୍କ ଆସିଲେ ଆଶା ଦିଦି କିମ୍ବା ଆମ୍ବୁଲାନ୍ସ କୁ ଖବର ଦେଇ ହୁଏ। ଏମିତି ବି ଘଟଣା କ୍ରମ ରେ କେତେବେଳେ ପ୍ରସବ ମହିଳା ଙ୍କୁ ଖଟିଆ ରେ ବୁହାହୋଇ ୮/୧୦ କିମି ଆଣିବା ପରେ ମିଳେ ଆମ୍ବୁଲାନ୍ସ ସୁବିଧା,ଅଧାବାଟ ରେ ପ୍ରସବ ମହିଳାଙ୍କ ଛୁଆ ଜନ୍ମ ହେଉଥିବା ଘଟଣା ମଧ୍ୟ ଆଗରୁ ଦେଖିବାକୁ ମିଳିଛି। ଗୁରୁବାର କୁଟୁରୁ ଗ୍ରାମ ର ଇନ୍ଦ୍ରଲାଲ ଠାକୁର ଙ୍କ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ପରିଜନ ସରକାରୀ ଶବ ବାହକ ଗାଡି ରେ ମୃତକ ଙ୍କ ଶବ ନେଇ ଯାଉଥିବା ବେଳେ ଆନ୍ଧି ଝରଣ ନିକଟରେ ପଡୁଥିବା ନାଲା ରେ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ଗାଡି ଚାଳକ ଗାଡି ନେବାକୁ ମନା କରିବାରୁ ପରିବାର ଲୋକେ ଶବ ନେବାକୁ ନାଲା ଦେଇ ଗାଡି ନେବାକୁ ଅଡ଼ି ବସିବାରୁ ୩/୪ ଘଣ୍ଟା ପରେ ନାଲା ର ପାଣି ସ୍ରୋତ ଟିକେ କମିବାରୁ ଗାଡି ଚାଳକ କୌଣସି ପ୍ରକାରେ ଗାଡି କୁ ନାଲା ପାର କରି ଶବ କୁ ସମ୍ମାନ ର ସହ କୁଟୁରୁ ଗାଁ ରେ ନେଇ ଛାଡି ଆସିଥିଲେ। ତେବେ ଏହି ଉପାନ୍ତ ଅଞ୍ଚଳରେ ଏହି ଘଟଣା ନୂଆଁ ନୁହେଁ। ଏମିତି ଅନେକ ସମୟରେ ଏହି ନାଲା ରେ ପାଣି ପ୍ରବାହିତ ହେଉଥିବା କାରଣରୁ ପିଡ଼ିଏସ ସାମଗ୍ରୀ ହେଉ ଅବା ଅନ୍ୟ କୌଣସି ଜରୁରୀକାଳୀନ କାର୍ଯ୍ୟ ରେ ଏହି ଗ୍ରାମବାସୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଏହି ନାଲା ଉପରେ ଏକ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ନିର୍ବାଚିତ ପ୍ରତିନିଧି କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି।ଫଳରେ ବିଭିନ୍ନ ସମୟରେ ଏମିତି ହଇରାଣ ହେଉଛନ୍ତି ଲେକାଆମ,ସର୍ଗିପାନି,କୁଟୁରୁ ଗ୍ରାମବାସୀ। ତେବେ ଉପାନ୍ତ ଅଞ୍ଚଳ ରେ ବସବାସ କରୁଥିବା ଏହି ଆଦିବାସୀ ଜନଜାତି ବର୍ଗର ଲୋକଙ୍କ ପାଇଁ ଗମନାଗମନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଉପାନ୍ତ ଅଞ୍ଚଳ ର ଜନ ସାଧାରଣ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *