ବ୍ୟାସନଗର ଏ.ବି.ଭି.ପି. ତରଫରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

**୭୮ତମ ସ୍ଵାଧିନତା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲାର ବ୍ୟାସନଗର ଏ.ବି.ଭି.ପି. ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଭି ଏନ୍‌ କଲେଜ ଠାରୁ ବାହାରି ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା l ଏହି ଶୋଭାଯାତ୍ରାରେ କୋରେଇ ମାନ୍ୟବର ବିଧାୟକ ଆକାଶ ଦାସ ନାୟକ, ବିଜେପି ନେତା ପ୍ରସନ୍ନ ସାମଲ, ଅଯୋଧ୍ୟା ଜେନା, ଏବିଭିପି ସଂଯୋଜକ ଶୁଶିଲ ମଲ୍ଲିକ, ମନୋଜ ଦାସ, ଦିପକ ଦାସ ଙ୍କ ସମେତ ବିଜେପି, ଏବିଭିପି ନେତା ଓ ନେତ୍ରୀ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l

ଏହି ବିରାଟ କାୟ ତ୍ରିରଙ୍ଗା ଶୋଭାଯାତ୍ରା ରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରି ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗ ଦେବାସହ ତ୍ରିରଙ୍ଗା ପତାକା ସହ ସେଲଫି ଫୋଟୋ ଉଠେଇ ଅଭିଯାନକୁ ସଫଳ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *