ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ
**ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଆଜି ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି l ଯାଜପୁର ରୋଡ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସମସ୍ତ ଅଧିକାରୀ ଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ପରିବେଶ ର ସୁରକ୍ଷା, ନୂତନ ବନିକରଣ ଓ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେବାପାଇଁ ସମସ୍ତ କର୍ମଚାରୀ ଶପଥ ନେଇଥିଲେ l

ଯାଜପୁର ରେ ଅଧିକ ରୁ ଅଧିକ ବୃକ୍ଷ୍ୟ ରୋପଣ କରି ପ୍ରଦୂଷଣ କୁ ମୁକ୍ତ କରିବା ଓ ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ୱାନ ଦେଇଥିଲେ l ଏହି ପତାକା ଉତ୍ତଳୋନ କାର୍ଯ୍ୟକ୍ରମ ରେ ବିଭାଗ ର ସମସ୍ତ ଫରେଷ୍ଟର ଓ କର୍ମଚାରୀ ଉପସ୍ଥିତ ରହିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ
