କୋଣାର୍କ ଏନଏସି ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ

କୋଣାର୍କ:-15/08/2024:- ସାରା ଭାରତ ୭୮ ତମ ସ୍ଵାଧୀନତା ଦିବସ ପାଳୁଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇଛି। ଏନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଏନଏସି ପକ୍ଷରୁ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଓ୍ୟାର୍ଡର ସମସ୍ତ ସ୍କୁଲ ,କଲେଜ ର ଛାତ୍ରଛାତ୍ରୀ ସହ ବୁଦ୍ଧିଜୀବୀ, ସ୍ବାଧୀନତା ସଂଗ୍ରାମୀ ମାନେ ଉପସ୍ଥିତିରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀ ଦ୍ବାରା ପ୍ୟାରେଡ଼ କାର୍ଯ୍ୟକ୍ରମ ଆରମ୍ଭ ପରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ କୋଣାର୍କ ଭଗବତୀ ବିଦ୍ୟାଳୟ ର ପୂରାତନ ଶିକ୍ଷକ, ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସହ ବିଭିନ୍ନ ବର୍ଗର ସଫଳ ପ୍ରତିଯୋଗୀ ମାନଙ୍କୁ ସମ୍ନାନୀତ କରାଯାଇଥିଲା।

Leave a Reply

Your email address will not be published. Required fields are marked *