କାମାକ୍ଷାନଗରରେ ୭୮ ତମ ସ୍ୱାଧୀନତା ଦିବସ
-କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ୭୮ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଅନୁଷ୍ଠିତ ଉତ୍ସବରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସ୍ବାଧିନତା କରିଥିବା ମହାନ ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ମନେପକାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ। ଏଥିସହିତ କାମାକ୍ଷାନଗରର ମାଟିର ବିର ସ୍ବାଧିନତା ସଂଗ୍ରାମି ବାଜିରାଉତ,ସାରଙ୍ଗଧର ଦାସ ପ୍ରମୂଖଙ୍କ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ବିଦ୍ୟାଳୟରୁ ସମ୍ମିଳତି ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ ।ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟୁଷରୁ ରାମଧୁନ, ସାରଙ୍ଗଧର ଦାସଙ୍କ ପ୍ରତିମୂର୍ତ୍ତି, ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି, ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଅବିନାଶ ପାଣ୍ଡିଆ, ଉପଖଣ୍ଡ ଅଧିକାରୀ ସ୍ନେହାଶିଷ ସାହୁ, ଥାନା ଅଧିକାରୀ ଧିରେନ ବେହେରା, ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଶୁଭମୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଉପଖଣ୍ଡ ଚିକିସ୍ଛାଳାୟରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ ଏବଂ ଉପାରାରାରେ ବିଚାରାଧୀନ ବନ୍ଦୀ ଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଇଥିଲା l
