ବିଜେବି ହାଇସ୍କୁଲ ଖେଳ ପଡିଆ ଠାରେ 78 ତମ ସ୍ବାଧିନତା ଦିବସ ପାଳନ
ବିଜେବି ହାଇସ୍କୁଲ ଖେଳ ପଡିଆ ଠାରେ 78 ତମ ସ୍ବାଧିନତା ଦିବସ ପାଳନ, ଖୋର୍ଦ୍ଧା ଖୋର୍ଦ୍ଧା 15.08.2024ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରିୟ ସ୍ୱାଧୀନତା ଦିବସ – 2024, ଆଜି ମହା ଆଡମ୍ବର ସହକାରେ ପାଳନ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ଓ ଖୋର୍ଦ୍ଧା ବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ସେ ତାଙ୍କ ବକ୍ତବ୍ୟ ରେ ଓଡିଶା ସରକାରଙ୍କ ଜନହିତକର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଦେଶ ମାତୃକାରେ ବଳିଦାନ ଦେଇଥିବା ବୀର ପାଇକ ମାନଙ୍କ ବିଷୟରେ ଗୁଣଗାନ କରିଥିଲେ। ଏହି ମାଟିର ଶେଷ ରାଜା ମୁକୁନ୍ଦ ଦେବ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପ୍ରଭୃତି ବୀର ସନ୍ତାନ ମାନଙ୍କର ଅବଦାନ ଓ ଗୋଦାବରୀଶ ମହାପାତ୍ର, ସଚ୍ଚି ରାଉତରାୟ ଭଳି ଅନେକ ଯଶସ୍ଵୀ ମାନଙ୍କୁ ଜନ୍ମ ଦେଇ ଏହି ମାଟି ମହାନ ହୋଇପାରିଛି।ଆଜିର ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପ୍ରାତଃ 4:30 ମିନଟ ରେ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରାଯାଇଥିଲା।ସ୍କୁଲ ଓ କାର୍ଯ୍ୟାଳୟ ମାନଙ୍କରେ ସକାଳ 7 ଟା ରେ ଖୋର୍ଦ୍ଧା ର ବିଭିନ୍ନ ସ୍ଥାନ ରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସ୍କୁଲ ଓ କାର୍ଯ୍ୟାଳୟ ମାନଙ୍କରେ ସକାଳ 7:30 ରେ ପତାକା ଉତ୍ତୋଳନ କରାଯାଇ ,ସକାଳ 9:15 ମିନଟ ରେ ପ୍ୟାରେଡ ପଡିଆ ରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ପଡିଆ ରେ ପଦ୍ମଶ୍ରୀ ପଦ୍ମଵିଭୂଷଣ ଉପାଧି ପାଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗୂଡ଼ ସମଟାରୀଆନ ଙ୍କୁ ପୁରସ୍କୃତ କରା ଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ୟାରେଡ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ 9 ଜଣଙ୍କୁ ବିଭିନ୍ନ କ୍ଷେତ୍ର ରେ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା 3 ଜଣଙ୍କୁ ଏବଂ ପ୍ରଜ୍ଞାପନ ମେଧାରେ ଭଲ ପ୍ରଦର୍ଶନ କରିଥିବା 2 ଜଣଙ୍କୁ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପୁରସ୍କୃତ କରିଥିଲେ। ଏହାର ସବିଶେଷ ବିବରଣୀ ସଂଲଗ୍ନ କରାଗଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ ଜଗଦ୍ଦେବ , ଜ଼ିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଡେପୁଟି କଲେକ୍ଟର ଅନନ୍ୟା ମିଶ୍ର, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରକମରେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଜ଼ିଲ୍ଲା ସଦର ମହକୁମା ରେ ଥିବା ଚିକିତ୍ସାଳୟ ରେ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ (ବୃଦ୍ଧାଶ୍ରମ) ବିଶ୍ୱ ଜୀବନ ସେବା କେନ୍ଦ୍ର, ଖୋର୍ଦ୍ଧା ଠାରେ ଅନ୍ତେବାସୀଙ୍କୁ ଫଳବଣ୍ଟନ କରାଯାଇଥିଲା।
ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ
