ପରିତ୍ୟକ୍ତ ଜାଗାରେ ରଖାଯାଇଛି ଲୁଣ
ପରିତ୍ୟକ୍ତ ଜାଗାରେ ରଖାଯାଇଛି ଲୁଣ। ଖାଉଟି ଖାଉଛନ୍ତି ଏହି ଲୁଣ।ନିମାପଡା (ଲୁଣ।ଦୈନଦିନ ଜୀବନରେ ଏହାର ଆବଶ୍ୟକତା ଅନେକ ବେଶୀ। ଲୁଣ ବିନା ସମସ୍ତ ଖାଦ୍ୟ ସାମଗ୍ରୀ ଯେପରି ସ୍ୱାଦ ହୀନ। ରୋଷେଇ ଘରେ ଅନ୍ୟ ଜିନିଷ କିଛି ନ ରହିଲେ ଚଳି ଯାଏ ହେଲେ ଲୁଣ ବିନା ରୋଷେଇ ଶାଳ ଅଧୁରା। ଡାକ୍ତରଙ୍କ ପରାମର୍ଶ ଆୟୋଡିନ ଯୁକ୍ତ ଲୁଣ ଖାଇବା ପାଇଁ। ସେଥିପାଇଁ ମାର୍କେଟରେ ଲୁଣ କିଲୋକୁ 25 ଟଙ୍କାରୁ 30 ଟଙ୍କା। ତେବେ ନଜର ପକାନ୍ତୁ ଏହି ଚିତ୍ର ଉପରେ ଯେଉଁ ଜାଗାରେ ଗୋଟିଏ ମିନିଟ ଠିଆ ହୋଇ ପାରିବେନି ସେହି ଜାଗାରେ ବସ୍ତା ବସ୍ତା ଲୁଣ ରଖା ଯାଇଛି। ପରିତ୍ୟକ୍ତ ପାଣି ଥିବା ଏକ ସନ୍ତସନ୍ତିଆ ଜାଗାରେ ଲୁଣ ଗଛିତ ରଖା ଯାଇଛି। ସୂଚନା ଅନୁଯାଇ ନିମାପଡା ଦୋଳବେଦୀ ଛକ ନିକଟରେ ଭୀମସେନ ପରିଡାଙ୍କ ଏକ ଗ୍ରୋସରୀ ଦୋକାନ ରହିଛି। ଲୁଣ ପ୍ୟାକେଟକୁ ଏଭଳି ପରିତ୍ୟକ୍ତ ଜାଗାରେ ଗଛିତ ରଖି ନିଜର ଗ୍ରୋସରୀ ଦୋକାନରେ ଗ୍ରାହକ ମାନଙ୍କୁ ବିକୁଛନ୍ତି। ତେବେ ଏହି ଲୁଣ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତାହା ସ୍ପଷ୍ଟ ଅନୁମେୟ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହା ଏକ ପରିତ୍ୟକ୍ତ ଯାଗା ହୋଇ ଥିବାରୁ କୁକୁର ଗାଈ ଗୋରୁ ଏଠାରେ ଲୁଣ ବସ୍ତା ଉପରେ ପରିସ୍ରା କରନ୍ତି। ଏହାଛଡ଼ା ଏଠାରେ ଏକ ମଦ ଦୋକାନ ଥିବାରୁ ମଦ୍ୟପ ମାନେ ମଦ୍ୟପାନ କରି ସେ ମଧ୍ୟ ପରିସ୍ରା କରି ଯାଆନ୍ତି। ଏତେ ବଡ଼ ଗ୍ରୋସରୀ ଦୋକାନୀ ଲୁଣକୁ ଏପରି ପୁତିଗନ୍ଧମୟ ପରିବେଶରେ ନ ରଖି ସୁରକ୍ଷିତ ସ୍ଥାନରେ ରଖିଲେ ଖାଉଟି ମାନେ ଉପକୃତ ହୋଇ ପାରନ୍ତେ। ଅନ୍ୟାନ୍ୟ ସାମଗ୍ରୀକୁ ଦୋକାନ ଭିତରେ ରଖିଥିବା ବେଳେ ଅତ୍ୟାଵଶ୍ୟକ ଲୁଣକୁ କାହିଁକି ଏଭଳି ସ୍ଥାନରେ ରଖିଛନ୍ତି। ଫୁଡ ସେଫଟି ଅଧିକାରୀ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।
