ଗ୍ରାମରେ ଗୋଷ୍ଠୀ ବିବାଦ କୁ କେନ୍ଦ୍ର କରି ହିଂସା ଆଶଙ୍କା

ଜିଲ୍ଲାପାଳ ଙ୍କୁ ଭେଟି ଶାନ୍ତି ସ୍ଥାପନା ପାଇଁ ଅନୁରୋଧ କଲେ ୪୦ ରୁ ଉର୍ଦ୍ଧ ଗ୍ରାମବାସୀ – ଜଗତସିଂହପୁର ଜିଲ୍ଲା ତିର୍ତୋଲ ତହସିଲ ଅଧୀନ ଜଗନ୍ନାଥପୁର ପଂଚାୟତ ଚୋଟଳ ଗ୍ରାମ ରେ ଲାଗି ରହିଥିବା ଗୋଷ୍ଠୀ ବିବାଦ କୁ ନେଇ ଆଜି ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଉକ୍ତ ଗ୍ରାମ ର ମାଆ କେନ୍ଦୁଳେଇ ଙ୍କ ୯୦ ଡ଼ିସିମିଲ ଚାଷଜମି କୁ ଗ୍ରାମବାସୀ ଙ୍କ ସୁପାରିଶ କ୍ରମେ ଉକ୍ତ ଗ୍ରାମର ଭୂମିହୀନ ବ୍ୟକ୍ତି ଭଗବାନ ପରିଡ଼ା ଦୀର୍ଘ ପନ୍ଦର ବର୍ଷ ହେବ ଚାଷୀ କରି ଆସୁଛନ୍ତି ଓ ପ୍ରତି ବର୍ଷ ର ଦେୟ ସୁଚାରୁ ରୂପେ ଗ୍ରାମ ଫଣ୍ଡ କୁ ହସ୍ତାନ୍ତର କରନ୍ତି । କିନ୍ତୁ ଚଳିତ ବର୍ଷ ଗ୍ରାମ ସଭା ର ଲିଖିତ ଅନୁମୋଦନ ପରେ ବି ଗ୍ରାମ ର ଶିବ ଶଙ୍କର ଜେନା ଜୋର ଜବରଦସ୍ତ ଉକ୍ତ ଜମି କୁ ଦଖଲ କରି ଚାଷ କରିଛନ୍ତି । ଗ୍ରାମର ଆଉ କିଛି ଅସାଧୁ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଶିବ ଶଙ୍କର ଙ୍କୁ ସାହାଯ୍ୟ କରିବା ସହ, ଭଗବାନ ପରିଡ଼ା ଙ୍କୁ ନାନା ପ୍ରକାର ଧମକ ଚମକ ଦେଉଛନ୍ତି..ଗ୍ରାମ ର ପାଣ୍ଠି (ଅର୍ଥ ରାଶି )କୁ ନିଜ ହାତ ରେ ଜୋର ଜବରଦସ୍ତ ରଖିବା ସହିତ ଗ୍ରାମବାସୀ ଅନୁରୋଧ ପରେ ବି ଗ୍ରାମ ମନ୍ଦିର ର ଉନ୍ନତି କାର୍ଯ୍ୟ ପାଇଁ ଦେଉନାହାନ୍ତି । ଏହାର ପ୍ରତିବାଦ ରେ ଆଜି ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କୁ ଭେଟିବା ସହିତ ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *