ଆରମ୍ଭ’- ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର
=‘l=ଯୁବ ସ୍ବାଭିମାନ ଦିବସରେ ୬୬ୟୁନିଟ ରକ୍ତ ସଂଗ୍ରହପୁରୀ, ୧୮/୮(): ଯୁବ ସ୍ବାଭିମାନ ଦିବସ ପରିପ୍ରେକ୍ଷୀରେ ରକ୍ତଦାନ ଶିବିର ଡୁଡୁୱାଲା ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଆରମ୍ଭ’ ଏବଂ ‘ସମ୍ବାଦ ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ, ଜନନେତା ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜନ୍ମଦିନରେ ଶ୍ରଦ୍ଧା ନୈବେଦ୍ୟ ସ୍ବରୂପ ଶିବିରରୁ ମୋଟ ୬୬ୟୁନିଟ ରକ୍ତ ସଂଗ୍ରହ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ, ‘ଆରମ୍ଭ ପରିବାର’ର ପ୍ରତିଷ୍ଠାତା ଗୋପାଳଚନ୍ଦ୍ର ଖୁଣ୍ଟିଆ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ

। ଏହି ଅବସରରେ ରକ୍ତଦାନ ଏବଂ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ହାପିନେସ ଫାଉଣ୍ଡେସନ, ନୀଳାଦ୍ରି ୟୁଥ କଲ୍ଚରାଲ ଏକାଡେମି, ହୋପ ଇଜ ଲାଇଫ ଅନୁଷ୍ଠାନକୁ ସମ୍ବର୍ଧିତ କରାଯାଇଥିଲ। ଏଥିସହ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଡାକ୍ତର ଦୀପକ ସାହୁଙ୍କ ଉପସ୍ଥିତିରେ ମନୋରଂଜନ ଭୋଇ, ପ୍ରୀତିରଂଜନ ନାୟକ, ରୋଜାଲିନ ମହାନ୍ତି, ମାନସୀ ରଥ, ଅମିତ ପାଢ଼ୀ, ଜିତେନ୍ଦ୍ର କୁମାର ନାୟକ ରକ୍ତ, ଶତ୍ରୁଘ୍ନ ବିଶ୍ବାଳ ଓ ପ୍ରିୟାଂଶୁ ଭଞ୍ଜ ରକ୍ତ ସଂଗ୍ରହ କରିଥିଲେ। ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ, ଶ୍ୟାମପ୍ରକାଶ ସେନାପତି, ଶଙ୍ଖମିତ୍ର ସିଂହାରୀ, ହାପିନେସ ଫାଉଣ୍ଡେସନର ପ୍ରତିଷ୍ଠାତା ଇଂ ପ୍ରଦୀପ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ବାଦ ପୁରୀ ଜିଲ୍ଲା ପ୍ରତିନିଧି ସୁମନ୍ତ ପରିଡ଼ା, ସମ୍ବାଦ ଆମ ଓଡ଼ିଶା ପୁରୀ ଜିଲ୍ଲା ସଂଯୋଜକ ଶ୍ୟାମକାହ୍ନା ପଟ୍ଟନାୟକ, ‘ଆରମ୍ଭ’ ଅନୁଷ୍ଠାନର ଉପସଭାପତି ସମୀର ଶତପଥୀ, ସାଧାରଣ ସମ୍ପାଦକ ଦେବାଶିଷ ସିଂହ, ରାକେଶ କୁମାର ଜେନା, ସୌମ୍ୟରଂଜନ ମିଶ୍ର, ଗଣେଶ୍ବର ଦାସ, ପ୍ରଣୟ ରଣସିଂହ, ସୁଜିତ କୁମାର ରାଉତରାୟ, ପ୍ରଭୁପାଦ ମହାପାତ୍ର, ସନ୍ତୋଷ କୁମାର ବିନ୍ଧାଣୀ, ଜ୍ୟୋତିରଂଜନ ମେକାପ, ରବୀନ୍ଦ୍ର ଆଚାର୍ଯ୍ୟ, କନକ ନିଉଜ ଜିଲ୍ଲା ପ୍ରତିନିଧି ସୀମାଚଳ ପାଢ଼ୀ, ସମ୍ବାଦର ସତ୍ୟନାରାୟଣ ରାଉତରାୟ, ଫଟୋ ସାମ୍ବାଦିକ ସନ୍ତୋଷ ବରାଳ, ଭିଡିଓ ସାମ୍ବାଦିକ ସୁକାନ୍ତ ସ୍ବାଇଁ, ପବିତ୍ର ପୃଷ୍ଟି, ସନ୍ତୋଷ ସାହୁ, ବେଣୁଧର ସାହୁ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ।
