ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଗତସିଂହପୁର ନର୍ସିଂ କର୍ମଚାରୀ ଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରାଆଙ୍କର- ଓଡିଶା ନର୍ସିଂ ଏମ୍ପ୍ଲୟିଜ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ କଲିକତାରେ ଘଟିଥିବା ଡାକ୍ତରୀ ଛାତ୍ରୀ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଅମର ଆତ୍ମାର ସଦଗତି କାମନା କରି ଏକ କ୍ୟାଣ୍ଡେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ନର୍ସିଂ ଆସୋସିଏସନର ସମ୍ପାଦକ ଖୁଲଣା ବାରିକଙ୍କ ନେତୃତ୍ୱରେ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଓ ନର୍ସିଂ ଛାତ୍ରଛାତ୍ରୀମାନେ ମେଡିକାଲ ପରିସରରେ କ୍ୟାଣ୍ଡେଲ ଶୋଭଯାତ୍ରା ମାଧ୍ୟମରେ ମୃତ ଡାକ୍ତରୀ ଛାତ୍ରୀ ମୋମିତାଙ୍କର ଆତ୍ମାର ସଦଗତି କାମନା କରିଥିଲେ ।ସେହିପରି ରେଡ଼ିଓ ସଂସ୍କାର ପକ୍ଷରୁ ସ୍ଥାନୀୟ ମାର୍କଣ୍ଡେଶ୍ୱର ମନ୍ଦିର ଠାରେ ସମୂହ ଦୀପ ଦାନ ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
