କାର୍ଯ୍ୟରତ ଯବାନ ଙ୍କ ଅକାଳ ବିୟୋଗ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
କାର୍ଯ୍ୟରତ ଯବାନ ଙ୍କ ଅକାଳ ବିୟୋଗ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ। ମୃତ ଯବାନ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗ୍ରାମର ଶ୍ରୀବତ୍ସ ସାହୁ l ଶ୍ରୀବତ୍ସ ପଶ୍ଚିମବଙ୍ଗ ର ମେଦିନପୁର ସ୍ଥିତ ୱାଲଟର ଠାରେ CRPF ରେ ହେଡ଼ କନେଷ୍ଟବଳ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ l

କିଛି ଦିନ ତଳେ ଛୁଟି ରେ ଗାଁ କୁ ଆସିଥିବା ବେଳେ ଦେହ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସାଧୀନ ଥିଲେ l ଆଜି ସକାଳୁ ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ବେଳେ ଗାଁ ରେ ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି l
