ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର
କାମାକ୍ଷାନଗର ଥାନା ଜନ୍ତାରିବୋଲ ରାସ୍ତା ରେ ଥିବା ରେଙ୍ଗାଳିକେନାଲ ରେ ଓଲଟିଲା ଟ୍ରାକ୍ଟର l ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର l ଅଗ୍ନିଶମ ବାହିନୀ ସାହାଯ୍ୟ ରେ ଡ୍ରାଇଭର କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି l ଗୁରୁତର ଡ୍ରାଇଭର ଜଣକ ହେଲେ କାମାକ୍ଷାନଗର ଏନଏସି ୱାର୍ଡ଼ ନମ୍ବର ୧୧ ର ଦୁଷ୍ମନ୍ତ ବେହେରା l ସୂଚନା ଅନୁସାରେ ଦୁଷ୍ମନ୍ତ ଟ୍ରାକ୍ଟର ଧରି ଜନ୍ତାରିବୋଲ ଗାଁ ରୁ କାମାକ୍ଷାନଗର ଆସୁଥିବା ବେଳେ ରେଙ୍ଗାଳିକେନାଲ ଠାରେ ଭାରସାମ୍ୟ ହରାଇ ପ୍ରାୟ ତିରିଶ ଫୁଟ ତଳକୁ ଯାଇ କେନାଲ ରେ ଖସି ପଡିଥିଲା l ଫଳରେ ଡ୍ରାଇଭର ଜଣକ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ

l ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ଚାପି ହୋଇଯାଇଥିବା ଟ୍ରାକ୍ଟର ତଳୁ ଗୁରୁତର ଅବସ୍ଥା ରେ ଡ୍ରାଇଭର କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଛି l ସୂଚନା ଯୋଗ୍ୟ ଯେ ଏହି ରେଙ୍ଗାଳି କେନାଲ ରାସ୍ତା ଦେଇ ଜନ୍ତାରିବୋଲ, ଗୁଣ୍ଡିଚାନାଳୀ, କନ୍ଧବୋଲ ଇତ୍ୟାଦି ଗାଁ ର ଲୋକମାନେ ଯିବା ଆସିବା କରୁଥିବା ବେଳେ ରାସ୍ତାରେ ବ୍ରିଜ କାମ ଚାଲୁଥିବା ବେଳେ ସୁରକ୍ଷା ବାଡ଼ ନାହିଁ l ଯାହା ଫଳରେ ଏହି ଭଳି ଦୁର୍ଘଟଣା ଘଟୁଥିବା ଦେଖାଦେଇଛି l ତେଣୁ ତୁରନ୍ତ ବ୍ରିଜ ନିର୍ମାଣ ହେଉଥିବା ସ୍ଥାନ ରେ ସୁରକ୍ଷା ବାଡ଼ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l
