ସାମ୍ପ୍ରଦାୟିକ ହିଂସାର ମିଥ୍ୟା ଗୁଜବକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ।
କନ୍ଧମାଳ ଜିଲ୍ଲା ରାଇକିଆ ଅଦ୍ୟ ତା.୨୦.୦୮.୨୦୨୪ ମଙ୍ଗଳବାର ଦିନ ଘ.୧୧.୩୦ ମି. ରେ ରାଇକିଆ ଥାନାର ଅଭ୍ୟର୍ଥନା କକ୍ଷରେ ସାମ୍ପ୍ରଦାୟିକ ହିଂସା ଘଟିବ ବୋଲି ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଏକ viral ଭିଡିଓ ସହ ଲିଖିତ ସୂଚନାକୁ ନେଇ ବ୍ଲକ ସ୍ତରୀୟ ଶାନ୍ତି କମିଟି ଘୁ. ଉଦୟଗିରି S. D. P. O ବିଜୟ କୁମାର ବିଶି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଗୁଜବ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ କପୋଳ କଳ୍ପିତ ଏବଂ ଫେକ ଅଟେ ଏଣୁ ଭୟ ନ କରି ବାହାରକୁ ପଳାୟନ ନ କରିବାକୁ ବୈଠକରେ S. D. P. O ବିଜୟ କୁମାର ବିଶି , ବିଡିଓ ସୀମାଞ୍ଚଳ ମଣ୍ଡଳ , ତହସିଲଦାର ସୁଭଦ୍ରା ମୁଣ୍ଡିକା , ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ମୌନାବତୀ ପାତ୍ର ସ୍ପଷ୍ଟୀକରଣ ଦେଇଥିଲେ।

ପୁଣି ଉପସ୍ଥିତ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ତଥା ଜଗନ୍ନାଥ ମନ୍ଦିର ପୂଜା କମିଟି ସଭାପତି ଶ୍ରୀ ସତ୍ୟବାନ ପାତ୍ର, ସରପଞ୍ଚ ସମୂହ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଅଶୋକ ପ୍ରଧାନ, ସୁରଞ୍ଜନ ପ୍ରଧାନ, ଜଳନ୍ଧର ପ୍ରଧାନ, ପୂର୍ବତନ ଚେୟାରମ୍ୟାନ ତଥା ସମିତି ସଭ୍ୟ ଶ୍ରୀ ପ୍ରଦୀପ ପ୍ରଧାନ,ପୂଜା କମିଟି ସଭାପତି ଶ୍ରୀ ନାରାୟଣ ପ୍ରସାଦ ମହାନ୍ତି,ବିଜେଡି ସଭାପତି ଶ୍ରୀ ରାଜମୋହନ ଦିଗାଳ,ନଳୀନ କାନ୍ତ ନାୟକ ଓ ସୁଶାନ୍ତ କୁମାର ନାୟକ,ଫାଦର ଜେରମ,ଏବଂ ଫାଦାର ପୁରୁଷୋତ୍ତମ, ପାଳକ ସଂଘ ,ବଣିକ ସଂଘ ର ସଭ୍ୟବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇ viral କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ମତ ଦେଇଥିଲେ ତତ ସହିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଭାଇ ଭଉଣୀ ଅନ୍ୟତ୍ର ପଳାୟନ ନ କରିବା ନିମନ୍ତେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣଙ୍କୁ ଜଣାଇବାକୁ ଉପସ୍ଥିତ ନେତୃସ୍ଥାନୀୟ ବୃନ୍ଦ ଙ୍କୁ ଅନୁରୋଧ କରିଥିଲେ ପୁଣି ପ୍ରଶାସନିକ ସ୍ତରରେ ସଜାଗ ରହିବା ସହ ଡାକବାଜି ଯନ୍ତ୍ରରେ କୌଣସି ସାମ୍ପ୍ରଦାୟିକ ହିଂସାର ଭୟ ବିଷୟ ନ ଥିବା ପ୍ରଚାର କରିବାକୁ ଥାନା ଅଧିକାରୀ ଙ୍କୁ କମିଟିର ନିଷ୍ପତ୍ତିକ୍ରମେ SDPO ନିର୍ଦ୍ଦେଶ ଦେଇଥିଲେ,।ଆଜିର ବୈଠକରେ ସବୁ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ।ଶେଷରେ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
