ସରଣକ୍ଷରେ କ୍ରିମି ଲେୟର ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଙ୍କ ରାୟ କୁ ପ୍ରତିବାଦ

ସରଣକ୍ଷରେ କ୍ରିମି ଲେୟର ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଙ୍କ ରାୟ କୁ ପ୍ରତିବାଦ କରି ଆଜି ବିଭିନ୍ନ ଏସ ସି , ଏସ ଟି ସଂଗଠନ ପକ୍ଷରୁ 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ପଡିଥିବାର ଦେଖା ଯାଇଛି । ଆଜି ସକାଳୁ ସହରରେ ଥିବା ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ରାୟ ପ୍ରତିବାଦରେ ପିକେଟିଂ କରାଯାଇଛି । କିଛି ମାତ୍ରାରେ ଯାନ ବାହନ ଚଳାଚଳ ବନ୍ଦ ରହିଥିବା ବେଳେ ସରକାରୀ କର୍ମଚାରୀ ମାନେ 9 ଟା 30 ସୁଧା ନିଜ ନିଜର କାର୍ଯ୍ୟାଳୟରେ ପହଁଚିବା ପାଇଁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ କରାଯିବା ସହିତ ଭଦ୍ରକ ସହର କଚେରୀ ଛକ ନିକରେ ରାସ୍ତା ରୋକ କରାଯାଇଛି ।

Leave a Reply

Your email address will not be published. Required fields are marked *