ଶ୍ରମିକ ଙ୍କ ଟଙ୍କା ଖାଇଲେ ଠିକାଦାର ରେଳ ବିଭାଗ

ଶ୍ରମିକ ଙ୍କ ଟଙ୍କା ଖାଇଲେ ଠିକାଦାର ରେଳ ବିଭାଗରେ ମହାଘୋଟଲା ଶ୍ରମିକଙ୍କ ଟଙ୍କା ଖାଇଲେ ଠିକାଦାର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରେଳ ବିଭାଗରେ କେଳେଙ୍କାରୀ ବର୍ତ୍ତମାନ ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l ଟିଟିଲାଗଡ଼ରେ ରେଳ ବିଭାଗ କାର୍ଯ୍ୟରେ ନିୟୋଜିତ କିଛି ସଫେଇ କର୍ମଚାରୀଙ୍କ ଅଭିଯୋଗ ପରେ ଏକ ନୂତନ ଘୋଟାଲା ସାମ୍ନାକୁ ଆସିଛି l ରେଳ ବିଭାଗରେ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଥିବା ବେଳେ ଠିକାଦାର ତଞ୍ଚକତାର ସୀମା ଲଙ୍ଘିଥିବା ଅଭିଯୋଗ ହୋଇଛି l ପ୍ରକାଶ ଯେ ଟିଟିଲାଗଡ଼ ରେଳ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସର ସଫେଇ କାର୍ଯ୍ୟ ପାଇଁ ରେଳ ବିଭାଗ ପକ୍ଷରୁ ଟେଣ୍ଡର ପାଇଥିବା ଠିକାଦାର କର୍ମଚାରୀ ନିଯୁକ୍ତ କରିଥିଲେ l

ଏନେଇ କର୍ମଚାରୀ ଅଜିତ ଦୀପ,ମାଧବ ସୁନା,ସନ୍ତୋଷ ରଣା, କରଣ ଦୀପ ଟିଟିଲାଗଡ଼ ରେଳ ବିଭାଗ A R Mଙ୍କ ଠାରେ ସେମାନଙ୍କ ପାଉଣା ହଡପ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି l କର୍ମଚାରୀ ଦୀର୍ଘ 7 ବର୍ଷ ହେଲା ଉକ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି l ହେଲେ ମାସିକ ପାଉଣା ମାତ୍ର 4 ହଜାର ଟଙ୍କା ପ୍ରଦାନ କରାଯାଉଛି l ତାହା ପୁଣି ଏକାଉଣ୍ଟ ବଦଳରେ ନଗଦ ଆକାରରେ ଦିଆଯାଉଛି l କର୍ମଚାରୀଙ୍କ କୌଣସି ପ୍ରୋଭିଡେଣ୍ଟ ଫଣ୍ଡ ସୁବିଧା ମଧ୍ୟ ନାହିଁ l ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ କର୍ମଚାରୀଙ୍କୁ ରେଳ ବିଭାଗ ପକ୍ଷରୁ ପରିଚୟ ପତ୍ର ମଧ୍ୟ ଜାରି ହୋଇଛି l ଏପରିପ୍ରେକ୍ଷୀରେ କର୍ମଚାରୀଙ୍କ ପାଉଣା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା କଥା l ଏନେଇ କେନ୍ଦ୍ରୀୟ ଶ୍ରମ କମିଶନର ଅନିଲ ଜେନାଙ୍କ ସୂଚନା ମୁତାବକ ସଫେଇ କର୍ମଚାରୀ ଦୈନିକ 504 ଟଙ୍କା ମଜୁରୀ ପାଇବା କଥା l କର୍ମଚାରୀଙ୍କ ବିଧିବଦ୍ଧ ଅଭିଯୋଗ ପରେ ଟିଟିଲାଗଡ଼ ରେଳ ବିଭାଗ ARM ଅଶୋକ ସେଠି ଅଭିଯୋଗର ସତ୍ୟତା ହୃଦୟଙ୍ଗମ ସହ ସେ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରିବେ ବୋଲି କହିଛନ୍ତି l ଘୋଟାଲାର ପର୍ଦ୍ଦାଫାଶ ହେଲେ ଅନେକ ବଡ଼ ମାଛ ଜାଲରେ ପଡିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି l

Leave a Reply

Your email address will not be published. Required fields are marked *