ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ” ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର
“ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ” ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର
କୋରେଇ, ୨୮/୧୧ : ଆଜି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ବରୁଣ୍ଡେଇ ଗ୍ରାମପଂଚାୟତ ପ୍ରାଣକୃଷ୍ଣ ମହାବିଦ୍ୟାଳୟ ଠାରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ମାନ୍ୟବର କୋରେଇ ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଏବଂ ସମ୍ ହସ୍ପିଟାଲ, ଭୁବନେଶ୍ୱର ମିଳିତ ସହଯୋଗରେ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସକାଳ ୯ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଶିବିରରେ ପାଖାପାଖି ଦୁଇ ହଜାରରୁ ଉର୍ଦ୍ଧ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ସଂପୂର୍ଣ୍ଣ ମାଗଣା ପରାମର୍ଶ, ଚିକିତ୍ସା ଓ ଔଷଧ ବଂଟନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ସମ୍ ହସ୍ପିଟାଲର ଅଭିଜ୍ଞ ଏବଂ ବରିଷ୍ଠ ସୁନାମଧନ୍ୟ ପ୍ରଫେସର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମେଡିସିନ୍ ବିଭାଗର ଡାକ୍ତର ସୁଦୀପ୍ତ ରଞ୍ଜନ ଗଡନାୟକ, ନ୍ୟୁରୋଲୋଜି ବା ସ୍ନାୟୁଗତ ରୋଗ ବିଭାଗର ଡାକ୍ତର ସବ୍ୟସାଚୀ ପଟ୍ଟନାୟକ, ଇ.ଏନ୍.ଟି. ବା କର୍ଣ୍ଣ, ନାଶା ଓ ଗଳା ରୋଗ ବିଭାଗର ଡାକ୍ତର ଡି.ଏନ୍.ଏସ୍. ପ୍ରକାଶ, ଚର୍ମ ରୋଗ ବିଭାଗର ଡାକ୍ତର ପ୍ରୀତିପଲ୍ଲବୀ ପାଣିଗ୍ରାହୀ, ଦନ୍ତ ରୋଗ ବିଭାଗର ଡାକ୍ତର ପ୍ରୀତି ସାମନ୍ତ, ଅର୍ଥୋପେଡିକ୍ ବା ଅସ୍ଥିଶଲ୍ୟ ରୋଗ ବିଭାଗର ଡାକ୍ତର ଦୀପୁନ ମିଶ୍ର, ଗାଇନିଗ୍ ବା ପ୍ରସୂତି ଓ ସ୍ତ୍ରୀ ବିଭାଗର ଡାକ୍ତର ପ୍ରିୟାସ ନନ୍ଦ, ଶିଶୁ ରୋଗ ବିଭାଗର ଡାକ୍ତର ଗୋଡଠି ଚନ୍ଦ୍ର ଭାମଶୀ, ସର୍ଜରୀ ବିଭାଗର ଡାକ୍ତର ଶ୍ରୀକାନ୍ତ ବେହେରା, ଚକ୍ଷୁରୋଗ ବିଭାଗର ଡାକ୍ତର ନଳିତା ଦାଶ, କମୁନିଂଟ୍ ମେଡିସିନ୍ ବିଭାଗର ଡାକ୍ତର ଜ୍ୟୋତ୍ସାରାଣୀ ସାହୁ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ରକ୍ତ ପରୀକ୍ଷା, ଇସିଜି ପରୀକ୍ଷା ମଧ୍ୟ ମାଗଣାରେ କରାଯାଇଥିଲା । ଏହି ନିଃଶୁଳ୍ପ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ ପରିଚାଳନା କରିଥିଲେ । ତାଙ୍କୁ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପସଭାପତି ଡଃ. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ପୱନ ପାତ୍ରୋ, ଅଂଶ ଦାସନାୟକ, ବିଶ୍ୱଜିତ୍, ଅସିତ୍ ପ୍ରମୁଖ ସହଯୋଗ କରିଥିଲେ ଏବଂ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ । ମାନ୍ୟବର କୋରେଇ ବିଧାୟକ ଶ୍ରୀ ଦାସନାୟକ ଆଜି ମଧ୍ୟ ବୈତରଣୀ ପି.ଏଚ୍.ସି.ର ନୂତନ ଗୃହ ନିର୍ମାଣ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଶିବିରରେ ବରୁଣ୍ଡେଇ ଗ୍ରାମପଂଚାୟତର ସରପଂଚ ଲିପ୍ସା ପରିଡା, ସମିତି ସଭ୍ୟ ରଶ୍ମୀରଞ୍ଜନ ପରିଡା, ବିଜେପି ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ବରୁଣ୍ଡେଇର ବରିଷ୍ଠ ବିଜେପି ନେତା ଉଦୟନାଥ ପରିଡା, ବରୁଣ୍ଡେଇ ଗ୍ରାମପଂଚାୟତର ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ବୈତରଣୀ ବିଜେପି ମଣ୍ଡଳ ସଭାପତି ଆଲୋକ ମଲ୍ଲିକ, ବରୁଣ୍ଡେଇ ଗ୍ରାମପଂଚାୟତର ପୂର୍ବତନ ସମିତି ସଭ୍ୟା ଜୟନ୍ତୀ ସାହୁ, ବନ୍ଦାଳ ଗ୍ରାମପଂଚାୟତର ସରପଂଚ ବିଷ୍ଣୁଚରଣ ରଥ, ଗୌରପୁର ଗ୍ରାମପଂଚାୟତର ସରପଂଚ ସତ୍ୟାନନ୍ଦ ମହାପାତ୍ର, ଗୌରପୁର ଗ୍ରାମପଂଚାୟତ ବିଜେପି ସଭାପତି ଜନ୍ମେଜୟ ସାହୁ, ଯାଜପୁର ଜିଲ୍ଲା ମହିଳା ସଭାପତି ଦୀପ୍ତିମୟୀ କୁଅଁର, ସାଦକପୁର ଗ୍ରାମପଂଚାୟତ ସରପଂଚ ରବିନ୍ଦ୍ର ବେହେରା, ହଳଦୀଗଡିଆ ଗ୍ରାମପଂଚାୟତ ସମିତି ସଭ୍ୟ ଉଦୟ କୁମାର ନାୟକ, ମକୁନ୍ଦପୁର ଗ୍ରାମପଂଚାୟତ ବିଜେପି ସଭାପତି ହିଂମାଶୁ ପାଢୀ, ତାରାକୋଟ ଗ୍ରାମପଂଚାୟତ ବିଜେପି ସଭାପତି ଅଶୋକ ପଣ୍ଡା, ସାଦକପୁର ଗ୍ରାମପଂଚାୟତ ବିଜେପି ସଭାପତି ରାଜେନ୍ଦ୍ର ଗାହାଣ, ହଳଦୀଗଡିଆ ଗ୍ରାମପଂଚାୟତ ବିଜେପି ସଭାପତି ରଞ୍ଜନ କୁମାର ମହାନ୍ତି, ବନ୍ଦାଳ ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, କନ୍ତୋର ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
