ଗଞ୍ଜାମ ଜିଲ୍ଲା ମିନିବସ ଆସୋସିଏସନ୍ ର ମିଳିତ ବୈଠକ ରଞ୍ଜନ

ହିଞ୍ଜିଳିକାଟୁ ଅନ୍ତର୍ଗତ ମାଁ କୋରେଇଶୁଣୀ ପିଠରେ ମିନିବସ ଆସୋସିଏସନ୍ ର ମାଲିକ୍ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଆଭିମୁଖ୍ୟ ଥିଲା ଲକ୍ଷ୍ମୀ ବସ୍ ଚଳାଚଳ କରି ଆମ ବସ ମାଲିକ ଙ୍କ ଖାଦ୍ୟ ରେ ଧୂଳି ଛାଡୁଛନ୍ତି।ଆମେ ପରିମିଟ ଫି,ରୋଡ ଟେକ୍ସ ,ଇନସୁରାନସ ଫି, ଫିଟନେସ ଫି ସରକାରଙ୍କ ସମସ୍ତ ଫି ଭରି ଗାଡ଼ି ରୁଟ ରେ ଚାଲିବ ଧାର୍ଯ୍ୟ ରେଟ ଠାରୁ ଆଧା ପଇସା ରେ ପ୍ରସାସନ ଗାଡ଼ି ଚଳାଉଛନ୍ତି।ଆମର ଗାଡ଼ି ଠାରୁ ନେଉଥିବା ସମସ୍ତ ଫି ଅଧା କରି ଦିଅନ୍ତୁ ଆମେ ମଧ୍ୟ ପ୍ରସାସନ ରେଟ ରେ ଯାତ୍ରୀ ଠାରୁ ଆଧା ପଇସା ନେବୁ ଏବଂ ଗାଡ଼ି ଚଲାଇବୁ ଯାତ୍ରୀମାନେ ଆମ ମିନିବସ ରେ ଯିବା ପାଈଁ ମୁହଁ ଫେରାଉଛନ୍ତି । ବର୍ତମାନ ଯାହା ଅବସ୍ଥା ହେଲାଣି ଆମେ ମିନିବସ ମାଲିକ ମାନେ ଠିକ୍ ସମୟରେ ସରକାରଙ୍କ ଫି ଭରଣ କରିପାରିବୁ ନାହିଁ। ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ,ଆସିକା, ଶେରଗଡ଼, କୋଦଳା, ସୋରଡ଼ା, ଭଞ୍ଜନଗର ସମତେ ଜିଲ୍ଲା ର ସମସ୍ତ ଅଞ୍ଚଳରୁ ମିନିବସ ମାଲିକ ମାଁ କୋରେଇଶୁଣୀ ଠାରେ ଏକ ମିଳିତ ବୈଠକ କରିଥିଲେ।

ଉକ୍ତ ବୈଠକର ସଭାପତିତ୍ବ କରିଥିଲେ ଶ୍ରୀ ଅରକ୍ଷିତ ଜେନା, ଉପସଭାପତି ଶ୍ରୀ ଶୁଶାନ୍ତ ପ୍ରଧାନ ସମସ୍ତ ଜିଲ୍ଲାର ମିନିବସ ମାଲିକ ମାନଙ୍କୁ ବୈଠକ ମଧ୍ୟ କୁ ଆମନ୍ତ୍ରିତ କରିଥିଲେ ସମସ୍ତ ସଦସ୍ୟ ଯଥା ସନ୍ତୋଷ କୁମାର ପତି ବ୍ରହ୍ମପୁର ମିନିବସ ସଭାପତି, ଶ୍ରୀ ମୁନା ମାହାନ୍ତି ଆସିକା ମିନିବସ ସଭାପତି, ଶ୍ରୀ ରାକେଶ ସାହୁ, ବଳରାମ ପାଣିଗ୍ରାହୀ, ଜିତେନ୍ଦ୍ର ଗୈାଡ, ରଞ୍ଜନ ପାତ୍ର,ଧୋବା ଗୈାଡ ପ୍ରମୁଖ ବ୍ୟକ୍ତିମାନଙ୍କୁ। ଶ୍ରୀ ଲାଲାଜୀ ମହାପାତ୍ର ଓ ଶ୍ରୀ ରାଜେନ୍ଦ୍ର ତ୍ରୀପାଠୀ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ସମସ୍ତ ମିଡ଼ିଆ ଆଗରେ ପ୍ରସାସନ କୁ ଜଣାଇଛନ୍ତି ଯେ ପ୍ରସାସନ କିଛି ସମାଧାନ ନ କଲେ ଆମେ ସମସ୍ତ ମିନିବସ ମାଲିକ ରାଜ ରାସ୍ତା କୁ ଓହ୍ଲାଇବୁ।

Leave a Reply

Your email address will not be published. Required fields are marked *