୧୨୦କିଲୋ ଗଞ୍ଜେଇ ଜବତ, ୩ଅଭିଯୁକ୍ତ ଗିରଫ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଆଜି ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳି ଗ୍ରାମ ନିକଟରୁ ଚଢାଉ କରାଯାଇ ଗୋଟିଏ କାର ଏବଂ ବାଇକ୍ ରୁ ୧୨୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏଥିରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଞ୍ଜେଇର ଆନୁମାନିକ ମୂଲ୍ଯ ୧୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ସହ ଗୋଟିଏ କାର୍ ଓ ଦାମୀ ବାଇକ୍ ଜବତ କରାଯାଇଛି । ଗଜପତି ଠାରୁ ବ୍ରହ୍ମପୁର କୁ କାର୍ ଯୋଗେ ଚାଲାଣ ହେଉଥିବା ବେଳେ ସାନ କୁଶସ୍ଥଳୀ ଠାରେ ମାଡିବସିଲା ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନେ ମୋହନା ଓ ଅଡବା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଅବକାରୀ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଚାଲିଥିବା ବେଳେ ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା । ଆଗକୁ ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି ।
