ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗାଁ ନିକଟ କାଳୀମନ୍ଦିର ଛକ ନିକଟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼,ମାରଣାସ୍ତ୍ର ରେ ହୋଇଛି ଆକ୍ରମଣ। ଚାରି ଗୁରୁତର।ଗୁରୁତର ମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ,ପ୍ରସନ ଗୌଡ଼। ସୂଚନା ମୁତାବକ କେଶରା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତି ସୋରଡ଼ାରୁ କାମ ସାରି ନିଜ ଘରକୁ ତିନଟି ବାଇକ ରେ ଫେରୁଥିବା ବେଳେ ହୋଇଛି ଆକ୍ରମଣ।ସେହି ଗାଁର କିଛି ଅଭିଯୁକ୍ତ ପୂର୍ବଯୋଜନା କରି କାଳୀ ମନ୍ଦିର ନିକଟରେ ଛକି ରହିଥିଲେ। ବାଇକ ଆରୋହୀ ଙ୍କ ଉପରକୁ ପ୍ରଥମେ ତିନଟି ବୋମା ମାଡ଼ କରିଥିଲେ।

ବାଇକ ରୁ ପଡି ଯିବା ପରେ ଅତର୍କିତ ମରଣାସ୍ତ୍ର ରେ ଅତର୍କିତ ଆକ୍ରମଣ କରିଥିଲେ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରି ଜଣ ଗୁରୁତର ହୋଇ ତଳେ ପଡି ଥିଲେ। ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି। ସେଠାରେ ଗୁରୁତରଙ୍କ ଚିକିତ୍ସା ଚାଲଛି।ଦୁର୍ବୁତ୍ତ ମାନେ ଫେରାର ଥିବା ବେଳେ ସୋରଡା ପୋଲିସ ତଦନ୍ତ ଆରମ୍ଭ କରିଛି ।
