ନିଜସ୍ଵ ଅର୍ଥ ରେ ଛତା ବାଣ୍ଟିଲେ ତଳଗୋପବିନ୍ଧା ସରପଞ୍ଚ

ଭତ୍ତା ଟଙ୍କା ସହ ମିଳିଲା ଛତା । ସରପଞ୍ଚ ନିଜସ୍ଵ ଅର୍ଥ ରେ ଭତ୍ତା ଟଙ୍କା ସହ ଛତା ବଣ୍ଟନ କରିଚନ୍ତି । ଭଦ୍ରକ ଜିଲ୍ଲା ର ତିହିଡି ବ୍ଲକ ଅଧିନ ତଳଗୋପବିନ୍ଧା ପଞ୍ଚାୟତ ହିତାଧିକାରୀ ଙ୍କୁ ଛତା ପ୍ରଦାନ କରିଚନ୍ତି ସରପଞ୍ଚ ସଂଜୀବ କୁମାର ବେହେରା । ଏହି ଉପଲକ୍ଷେ ପଂଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ.ଏହି କାର୍ଯ୍ୟକ୍ରମ ରେ ତିହିଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋତିର୍ମୟ କର. ବିଶିଷ୍ଟ ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ. ନାୟବ ସରପଞ୍ଚ ଙ୍କ ସହ ବହୁ ଅତିଥି ଯୋଗ ଦେଇଛନ୍ତି । ଏହି ଅବସର ରେ ପଞ୍ଚାୟତ ରେ ଥିବା 668 ଜଣ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଓ ବିଧବା ମହିଳା ଙ୍କୁ ଭତ୍ତା ଟଙ୍କା ସହିତ ଛତା ପ୍ରଦାନ କରାଯାଇଥିଲା । ବିଡ଼ିଓ କହିଚନ୍ତି ଯେ ଜିଲ୍ଲା ରେ ଏହି ପ୍ରଚେଷ୍ଟା ପ୍ରଥମ । ସରପଞ୍ଚ ନିଜ ଅର୍ଥ ରେ ଛତା ବାଣ୍ଟିବା ଦ୍ଵାରା ଅନେକ ଗରିବ ହିତାଧିକାରୀ ବର୍ଷା ସିଜିନ ରେ ଉପକୃତ ହେବେ । ତେବେ ସରପଞ୍ଚ ଙ୍କ ଏପରି ମହନୀୟ କାର୍ଯ୍ୟ ପାଇଁ ହିତାଧିକାରୀ ମାନେ ତାଙ୍କୁ ଧନ୍ୟବାଦ ଦେବା ସହିତ ଆଶୀର୍ବାଦ କରିଛନ୍ତି ଭଦ୍ରକ ରୁ ପୁନିଲ ‌କୁମାର ସାମନ୍ତ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *