ରୁଙ୍ଗଟା କମ୍ପାନୀ ଫାଟକ ବନ୍ଦ୍ କରି ଧାରଣା ଦେଲା ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ:

ରୁଙ୍ଗଟା କମ୍ପାନୀ ଫାଟକ ବନ୍ଦ୍ କରି ଧାରଣା ଦେଲା ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ: ବାହୁବଳୀ ରାଜନେତାଙ୍କ ପଞ୍ଜାରେ କମ୍ପାନୀ କାର୍ଯ୍ୟ ଠପ୍।ତା ୨୪/୦୮/୨୦୨୪ ରିଖ ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାରେ ଆଜି ବିଭିନ୍ନ ଦାବିକୁ ନେଇ ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ ପକ୍ଷରୁ କମ୍ପାନୀ ମୁଖ୍ୟ ଫାଟକରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା ସଂଘ ର ସଭାପତି ତଥା ଢେଙ୍କାନାଳ ସଦର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ଙ୍କ ନେତୃତ୍ବ ରେ ହୋଇଥିବା ଧାରଣାରେ ଶିଳ୍ପପତି ଶ୍ରୀଯୁକ୍ତ ଗଙ୍ଗାଧର ସାମଲ, ସଂଘ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଧଳ, ଶ୍ରୀଯୁକ୍ତ ନରୋତ୍ତମ ସାହୁ, ଶ୍ରୀଯୁକ୍ତ ନରୋତ୍ତମ ରାଉତ ଙ୍କ ସମେତ ସମସ୍ତ ଟ୍ରକ୍ ମାଲିକ ସଂଘ ର ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ଦାବିକୁ କମ୍ପାନୀ ମାନିନେଉ ବୋଲି ନାରାବାଜି ଦେଉଥିଲା ଦେଖିବାକୁ ମିଳିଥିଲା। ଖବରପାଇ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ପୋଲିସ୍ ଏସ୍ ଡି ପି ଓ ଓ ବାଲିମୀ ଥାନା ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି କମ୍ପାନୀ କତୃପକ୍ଷ ଙ୍କ ସହିତ ତ୍ରିପାକ୍ଷିକ ଆଲୋଚନା ପାଇଁ ସଂଘର ସଦସ୍ୟ ମାନଙ୍କୁ କମ୍ପାନୀ ଭିତରକୁ ଡାକିଥିଲେ ଏବଂ ଆଲୋଚନାରେ ମୁଖ୍ୟ ଦାବି ମଧ୍ୟରୁ ଅଧିକ ଭଡ଼ା ବୃଦ୍ଧି ଓ ମାଲ୍ ଲୋଡ୍ ଇତ୍ୟାଦି ସମ୍ବନ୍ଧରେ ଆଗମୀ ସେପ୍ଟେମ୍ୱର ମାସ ୨୦ ତାରିଖ ମଧ୍ୟରେ ପୁରଣ କରିବାପାଇଁ କମ୍ପାନୀ ପକ୍ଷରୁ ଘୋଷଣା କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ପ୍ରକାଶ ଥାଉ କି ଏହା ପୂର୍ବରୁ ଜାତୀୟ ରାଜପଥ ୫୫ ରୁଙ୍ଗଟା ମୁଖ୍ୟ ରାସ୍ତାରେ ଢେଙ୍କାନାଳ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିବା ବେଳେ ଓଡ଼ାପଡ଼ା ତହସିଲଦାର ଙ୍କ କାର୍ଯ୍ୟାଳୟ ଠାରେ କମ୍ପାନୀ କତୃପକ୍ଷ ଆଲୋଚନା କରି ଧାରଣା ପ୍ରତ୍ୟାହାର କରିଥିବା ଦେଖିବାକୁ ମିଳିଥିଲା।ଏଠାରେ କଥା ଉଠେ ଯେ ରୁଙ୍ଗଟା ଇସ୍ପାତ କାରଖାନାର କତୃପକ୍ଷ ଙ୍କ ପରିଚାଳନାଗତ ପାରିବା ପଣିଆ ଦୁର୍ବଳତା ଯୋଗୁଁ କାରଖାନା ଆଜି ବାହୁବଳୀ ରାଜନେତାଙ୍କ ପଞ୍ଜାରେ ପେଷିହୋଇ ଯାଇଛି ନାଁ କାରଖାନା କତୃପକ୍ଷ ପକ୍ଷରୁ ଅର୍ଥ ଲୁଟ୍ ପାଟ୍ କରିବା ଉଦ୍ଦେଶ୍ୟ ରେ ମାଲିକ କୁ ଭୁଆଁ ବୁଲାଇବା ପାଇଁ ଏକ ନୂଆ ଅଭିନୟ ଚାଲିଛି ତାହା ଜଣାପଡୁ ନାହିଁ କାରଣ ସମ୍ପ୍ରସାରଣ ଜନଶୁଣାଣୀ ପଲ୍ଲୀସଭା କୁ ନାଟକୀୟ ଢଙ୍ଗ ରେ ବାତିଲ୍ ପାଇଁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଦେଖାଯାଉ ରୁଙ୍ଗଟା ଅଧିକାରୀ ମାନଙ୍କ ର ପ୍ରାୟୋଜିତ ଲୁଟ୍ ପାଟ୍ କରିବା ଉଦ୍ଦେଶ୍ୟ ଆଗାମୀ ଦିନରେ କେଉଁ ମୋଡ୍ ନେଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *