ଓଡିଆ ବୋଲି ଗର୍ବିତ ଆମେ

ଓଡିଆ ବୋଲି ଗର୍ବିତ ଆମେ

ଓଡିଆ ବୋଲି ଗର୍ବିତ ଆମେ ଓଡ଼ିଶା ରାଇଜେ ଘର
ଓଡିଆ ଭାଷା କେତେ ମଧୁର
ସମସ୍ତ ଙ୍କ ଆପଣାର।
ଏହି ଭାଷାକୁ ଭଲପାଇଛି ଏହି ମୋ ପ୍ରିୟ ଭାଷା
ଅଧିସ୍ନାତକ ଏହି ଭାଷାରେ କେତେ ଭଲ ମୋ ଭାଷା।
ସାରଳା ସାହିତ୍ୟ ସାଙ୍ଗକୁ ମୁଁହି ପଡ଼ିଛି ପଞ୍ଚସଖା
କେତେ ଜ୍ଞାନ ଲଭିଛି ମୁଁହି କରିନି ଅଣ ଦେଖା।
ସେହି ଜ୍ଞାନ କୁ ବିତରଣ ରେ ପାଇଛି ଆତ୍ମତୃପ୍ତି
ସେହି ପାଠରେ ଲଭିଛି ମୁଁହି ଅନେକ ଯେ ତୃପତି।
ମୋର ଭାଷା ଓଡ଼ିଆ ଭାଷା କେତେ ମଧୁର ଲାଗେ
ମାଆ କହଇ ଏହି ଭାଷାକୁ
ହୃଦୟ ତୃପ୍ତି ଲାଗେ।
ଓଡିଆ ଭାଷାବିତ୍ ମାନଙ୍କୁ କରୁଅଛି ଯେ ଅଳି
ଧ୍ୟାନ ଦିଅନ୍ତୁ ସମସ୍ତେ ସଦା
ମନରେ ଲୟ କରି।


ହରିହର ସାହୁ,ଏମ୍,ଏ(ଓଡିଆ)ବି,ଏଡ୍
ରାଜ୍ୟ, ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା।

Leave a Reply

Your email address will not be published. Required fields are marked *