ଜଗତସିଂହପୁର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ

ମିଳିତ ଓଡିଶା ନିଶା ନିବାରଣ ପକ୍ଷରୁ ଆଜି ଜଗତସିଂହପୁର ଜିଲ୍ଲାରେ ନିଶାମୁକ୍ତ ଓଡିଶା ଗଠନ ସଚେତନତା ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମିଳିତ ଓଡିଶା ନିଶା ନିବାରଣର ଆବାହିକା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଏକ ଶୋଭଯାତ୍ରା ସ୍ଥାନୀୟ ଥାନା ଛକ ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଯୁବ ସମାଜକୁ ପଥଭ୍ରଷ୍ଟରୁ ରୋକିବା, ଜଗତସିଂହପୁର ଜିଲ୍ଲାରେ ନିଶାଦ୍ରବ୍ୟ ବିକ୍ରୟ ବନ୍ଦ କରିବା ସହିତ ନିଶା ମୁକ୍ତ ଓଡିଶା ଗଠନ କରିବା ଦାବି ନେଇ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *