ABS ଟିଉଟରୀଆଲ ତରଫରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ABS ଟିଉଟରୀଆଲ ତରଫରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହରଚଣ୍ଡି ସାହି ତାପଙ୍ଗ ଜାଗା କଲ୍ୟାଣ ମଣ୍ଡପ ପରିସରରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ସାଧାରଣ ଜ୍ଞାନ, ବକୃତା, ପ୍ରବନ୍ଧ, ବିଜ୍ଞାନମେଳା ର ପ୍ରତିଭା ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଭରତ କୁମାର ନାୟକ, ବିକାଶ ଦତ୍ତ, ସୀତାଂଶୁ କୁମାର ମହାନ୍ତି, ସୁବାଷ ମିଶ୍ର, ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ଟିଏ ହୋଇ , ଦେଶ ପାଇଁ ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଦେଶର ଉର୍ଣ୍ଣତ୍ତି ପାଇଁ ନିଜେ ଅଂଶୀଦାର ହବା ସହ, ଉତ୍ତମ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଭୁତି ଭୂଷଣ ମିଶ୍ର ଙ୍କ ସମେତ ନରସିଂହ ମହାନ୍ତି, ଅଭିଳାଷ ମହାନ୍ତି, ଦିପୁ ଶଙ୍ଖାସର, ରାଜଲଷ୍ମୀ ମହାପାତ୍ର, ଲିପ୍ସା ମିଶ୍ର,କୃଷ୍ଣ ଚନ୍ଦ୍ର ଦୀକ୍ଷିତ, ରୁଦ୍ରନାରାୟଣ ମହାସୁଆର ପ୍ରମୁଖ ଉପସ୍ଥିତ ରହି ଏହି ଦୁଇ ଦିନର କାର୍ଯ୍ୟକ୍ରମ କୁ ପରିଚଳନା କରିଥିଲେ ।
